Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତର ଆରବ ସାଗରରେ ବୁଡିଥିବା ଭାରତୀୟ ଜାହାଜର ୯ ସଦସ୍ୟଙ୍କୁ ଉଦ୍ଧାର କଲା ଆଇସିଜି
FMNEWS.IN
27-12-2024
ନୂଆଦିଲ୍ଲୀ, ୨୭ ଡିସେମ୍ବର- ଭାରତୀୟ ତଟରକ୍ଷକ ବଳ (ଆଇସିଜି) ଉତର ଆରବ ସାଗରରେ ବୁଡିଥିବା ଭାରତୀୟ ଜାହାଜ ଏମଏସବି ତାଜ ଧାରେ ହରମ ର ଚାଳକ ଦଳର ୯ ସଦସ୍ୟଙ୍କୁ ଉଦ୍ଧାର କରିଛି । ଏହି ତଲାସୀ ଓ ଉଦ୍ଧାର ଅଭିଯାନରେ ଭାରତୀୟ ତଟରକ୍ଷକ ବଳ ସହିତ ପାକିସ୍ତାନର ସମୁଦ୍ରିକ ସୁରକ୍ଷା ଏଜେନ୍ସୀ (ଏମଏସଏ) ସହଯୋଗ କରିଛି । ଦୁଇ ଦେଶର ସମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର (ଏମଆରସିସି) ମଧ୍ୟ ଏହି ଅପରେସନ ସମୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିଥିଲେ । ଉଦ୍ଧାର ହୋଇଥିବା ଚାଳକ ଦଳଙ୍କୁ ଗୁଜୁରାଟର ପୋରବନ୍ଦର ତଟକୁ ଅଣାଯାଇଛି ।