- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବିହାରରେ ୧୭ରୁ ଆରମ୍ଭ ହେବ ଇଣ୍ଡିଆ ମେଂଟର ଭୋଟ୍ ଅଧିକାର ଯାତ୍ରା
ନୂଆଦିଲ୍ଲୀ, ୧୩ ଅଗଷ୍ଟ ବିହାରରେ ମତଦାତା ସୂଚୀର ବିଶେଷ ସକ୍ଷିପ୍ତ ପୁନରୀକ୍ଷଣ(ଏସ୍ଆଇଆର୍) ଏବଂ କଥିତ ଭୋଟ୍ ଚୋରୀକୁ ନେଇ ରାଜନୀତିକ ଘମାସାନ ମଧ୍ୟରେ କଂଗ୍ରେସ ସମେତ ଇଣ୍ଡିଆ ଗଠବନ୍ଧନର ସମସ୍ତ ପାର୍ଟିମାନେ ୧୭ ଅଗଷ୍ଟରୁ ରାଜ୍ୟରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିବ। ଏହାକୁ ନେଇ ବିହାରର ସାସାରାମରେ କଂଗ୍ରେସ ନେତା କେସି ବେଣୁଗୋପାଳ ଇଣ୍ଡିଆ ମେଂଟର ନେତମାନଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ଯାତ୍ରାର ନେତୃତ୍ୱ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କରିବେ।
କଂଗ୍ରେସର ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ବୁଧବାର ଦିନ ଏକ୍ସରେ ଲେଖିଛନ୍ତି ଯେ ଏହି ଲଢ଼େଇ ଏବେ ସଡ଼କରେ ଲଢ଼ାଯିବ। ୧୭ ଅଗଷ୍ଟରୁ ବିରୋଧି ନେତା ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଂଟର ପାର୍ଟିମାନେ ବିହାରରେ ବିଶାଳ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିବେ। ଏହି ଯାତ୍ରା ବିପଦପୂର୍ଣ୍ଣ ଏସ୍ଆଇଆର୍ ଅଭ୍ୟାସ ଏବଂ ଭୋଟ୍ ଚୋରୀ ବିରୋଧରେ ଏକ ଜନ ଆନ୍ଦୋଳନର ରୂପ ନେବ। ଏହି ଯାତ୍ରାକୁ ନେଇ ସାସାରାମରେ ଇଣ୍ଡି ମେଂଟର ନେତାମାନଙ୍କ ସହିତ ସାକ୍ଷାତ କରିଛନ୍ତି। ବେଣୁଗୋପାଳ କହିଛନ୍ତି ଯେ ଏହି ବୈଠକର ଉଦ୍ଦେଶ୍ୟ ଯାତ୍ରାର ପ୍ରସ୍ତୁତିର ଆକଳନ କରିବା, ସଂଗଠନାତ୍ମକ ଲାମବନ୍ଦୀର ସ୍ଥିତି ବୁଝାଇଛନ୍ତି ଏବଂ ପୁରା ଅଭିଯାନକୁ ନେଇ ସୂଚାରୁ ସମନ୍ୱୟ ସ୍ଥାପିତ କରିବା।