- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁରକୁ ନିଜ ସର୍ତରେ ରୋକିଛି ଭାରତ- ରାଜନାଥ
ନୂଆଦିଲ୍ଲୀ, ୩୦ ମଇ - ଦୁଇ ଦିନିଆ ଗୋଆ ଯାତ୍ରାରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଆଇଏନଏସ ବିକ୍ରାନ୍ତରେ ସବାର ଭାରତର ବାହାଦୂର ନୌସୈନିକ ମାନଙ୍କ ସହିତ କଥା ହେବା ସହିତ ସେମାନଙ୍କର ସାହାସ ବଢାଇଛନ୍ତି । ସେ କହିଛନ୍ତି ଯେ, ଯେତେବେଳ ପର୍ଯ୍ୟନ୍ତ ରାଷ୍ଟ୍ରର ସମୁଦ୍ର ସୀମାର ସୁରକ୍ଷା ଆପଣମାନଙ୍କର ମଜବୁତ ହାତରେ ରହିଛି, ସେତେବେଳ ପର୍ଯ୍ୟନ୍ତ ଭାରତକୁ କେହି ତେରଛା ଚାହାଣିରେ ଦେଖିପାରିବ ନାହିଁ । ସେ ପ୍ରଥମ ଥର ପାଇଁ ଖୁଲାସା କରିଥିଲେ ଯେ, ଭାରତ ପାକିସ୍ତାନ ବିରୁଦ୍ଧରେ ଚଳାଇଥିବା ଅପରେସନ ସିନ୍ଦୁର ନିଜ ସର୍ତରେ ରୋକିଛି, କାହାରି ଚାପରେ ନୁହେଁ । ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନା କେବଳ ଆତଙ୍କବାଦୀ ନୁହେଁ ବରଂ ସେମାନଙ୍କୁ ପାଳନ -ପୋଷଣ କରୁଥିବା ପୃଷ୍ଠପୋଷକମାନଙ୍କୁ ମଧ୍ୟ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଭାରତ ଏବେ ସହିବ ନାହିଁ, ବରଂ ଏବେ ସିଧା ଜବାବ ଦେଉଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଶସ୍ତ୍ର ବଳକୁ ଅପରେସନ ସିନ୍ଦୁରର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ନିମନ୍ତେ ଆମେ ପ୍ରାୟ କିଛି ସମୟରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଓ ତାର ଉଦ୍ଦେଶ୍ୟକୁ ଧ୍ୱସ୍ତ କରି ଦେଇଛୁ । ଆମର ପ୍ରହାର ଏତେ ଜୋରଦାର୍ ଥିଲା ଯେ, ପାକିସ୍ତାନ ସାରା ବିଶ୍ୱକୁ ଭାରତକୁ ରୋକିବା ନେଇ ଗୁହାରି କରିବାରେ ଲାଗିପଡିଥିଲା । ଶେଷରେ ଆମେ ଆମ ସର୍ତରେ ଆମର ସୈନ୍ୟ ଆକ୍ସନକୁ ରୋକିଛୁ । ଏହି ସମଗ୍ର ଇଂଟିଗ୍ରେଟେଡ ଅପରେସନରେ ନୌସେନାର ଭୂମିକା ଗୌରବଶାଳୀ ରହିଛି ।