- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
ଭାରତ-ଶ୍ରୀଲଙ୍କାର ସୁରକ୍ଷା ପରସ୍ପରର ହିତ ସହିତ ଯୋଡି ହୋଇଥାଏ- ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, 16 ଡିସେମ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ଭାରତ ଓ ଶ୍ରୀଲଙ୍କାର ସୁରକ୍ଷା ହିତ ପରସ୍ପର ସହିତ ଯୋଡି ହୋଇଥାଏ । ସେ କହିଛନ୍ତି ଯେ, ପ୍ରତିରକ୍ଷା ସହଯୋଗ ବୁଝାମଣାକୁ ଖୁବ ଶୀଘ୍ର ଚୂଡାନ୍ତ ରୂପ ଦିଆଯିବ ।
ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ହାଉସରେ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସମିଟରେ କହିଛନ୍ତି ଯେ, ଆମେ ଏହି କଥାରେ ସଂପୂର୍ଣ୍ଣ ସହମତ ଯେ, ଆମର ସୁରକ୍ଷା ହିତ ପରସ୍ପର ସହିତ ଯୋଡିହୋଇଛି ।ଆମେ ପ୍ରତିରକ୍ଷା ସହଯୋଗ ବୁଝାମଣାକୁ ଖୁବ ଶୀଘ୍ର ଚୂଡାନ୍ତ ରୂପ ଦେବାକୁ ନିଷ୍ପତି ନେଇଛୁ ।
ହାଇଡ୍ରୋଗ୍ରାଫି ଉପରେ ସହଯୋଗ ଉପରେ ବି ସହମତି ହୋଇଛି । ସେ କହିଛନ୍ତି ଯେ, ଆମେ ମତ୍ସ୍ୟଜୀବୀଙ୍କ ଆଜୀବିକା ସହିତ ଜଡିତ ପ୍ରସଙ୍ଗ ଉପରେ ବି ଆଲୋଚନା କରିଛୁ । ଆମେ ଏହା ଉପରେ ସହମତି ହୋଇଛୁ ଯେ, ଆମେ ଏହି ମାମଲାରେ ମାନବୀୟ ଦୃଷ୍ଟିକୋଣ ସହିତ ଆଗକୁ ବଢିବା ଦରକାର । ଆମେ ଶ୍ରୀଲଙ୍କାରେ ନିର୍ମାଣ ଓ ପୁନଃନିର୍ମାଣ ସଂପର୍କରେ କଥା ହୋଇଛୁ । ରାଷ୍ଟ୍ରପତି ଦିସାନାୟକ ତାଙ୍କୁ ତାଙ୍କର ସମାବେଶୀ ଦୃଷ୍ଟିକୋଣ ସଂପର୍କରେ କହିଥିଲେ । ଆମେ ଆଶାବ୍ୟକ୍ତ କରୁଛୁ ଯେ, ଶ୍ରୀଲଙ୍କା ସରକାର ତାମିଲ ଆକାଂକ୍ଷାକୁ ପୂରଣ କରିବେ ଏବଂ ଶ୍ରୀଲଙ୍କାର ସମ୍ବିଧାନର ପୂର୍ଣ୍ଣ କାର୍ଯ୍ୟନ୍ୱୟନ ଓ ପ୍ରାନ୍ତୀୟ ପରିଷଦର ନିର୍ବାଚନ କରିବାରେ ନିଜ ପ୍ରତିବଦ୍ଧତା ପୂରଣ କରିବେ ।
ସେ ରାଷ୍ଟ୍ରପତି ଦିସାନାୟକେଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଭାରତ ଅନେକ ଦିଗରେ ଶ୍ରୀଲଙ୍କାର ବିକାଶ ତାଙ୍କ ଉଦ୍ୟମରେ ଏକ ବିଶ୍ୱସନୀୟ ଓ ଭରସାଯୋଗ୍ୟ ଭାଗିଦାର ହୋଇ ରହିବ ।