- ହତ୍ୟା ଉଦ୍ୟମ ବିଫଳ, ଯୁବକଙ୍କୁ ନିସ୍ତୁକ ମାଡ଼ ପରେ ଡାକ୍ତରଖାନାରେ ଭର୍ତ୍ତି
- ପ୍ରସିଦ୍ଧ ଶୁଲିଆ ଯାତ୍ରା ସମାପନ : ବଳି ରକ୍ତରେ ଲାଲ୍ ହେଲା ଶୁଲିଆ ପୀଠ ମାଟି
- ଅଭିଶପ୍ତ ଗାଁ କାଉକୁଣ୍ଡ, ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, ଗମନଗମନ ସୁବିଧା ନାହିଁ, ନଦୀ ପାର ପାଇଁ ଜୀବନ ବାଜ...
- ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସ
- ଅସ୍ତ୍ରଶସ୍ତ୍ର ସହ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ
1971 ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ବିଜୟର ପ୍ରତୀକ ବିଜୟ ଦିବସ ପାଳନ କଲା ଭାରତୀୟ ସଶସ୍ତ୍ର ବଳ
ନୂଆଦିଲ୍ଲୀ :ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଉପରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରି ବଳିଦାନକୁ ସଲାମ କରାଗଲା ଭାରତୀୟ ସଶସ୍ତ୍ର ବଳ ସୋମବାର 1971 ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସଶସ୍ତ୍ର ବଳର ନିର୍ଣ୍ଣାୟକ ବିଜୟର ପ୍ରତୀକ ବିଜୟ ଦିବସ ପାଳନ କରିଛି । ମୁଖ୍ୟ ସମାରୋହ ସେନାର ପୂର୍ବ କମାଣ କୋଲକାତାର ଫୋର୍ଟ ୱିଲିୟମରେ ପାଳନ ହୋଇଛି । ନୂଆଦିଲ୍ଲୀ ସ୍ଥିତି ଜାତୀୟ ଯୁଦ୍ଧ ସ୍ମାରକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଜେନେରାଲ ଅନିଲ ଚୌହ୍ୱାନ ଓ ସେନା ମୁଖ୍ୟ 1971 ଯୁଦ୍ଧର ସହିଦ ସୈନିକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରି ବଳିଦାନକୁ ସଲାମ କରିଛନ୍ତି ।
ଏହା ଏକ ଏପରି ବିଜୟ ଥିଲା, ଯେଉଁଥିରେ ଭାରତର ସୈନ୍ୟ ଇତିହାସକୁ ନୂଆ ଆକାର ଦେବା ସହିତ ନୂଆ ଦେଶ ବାଂଲାଦେଶକୁ ଜନ୍ମ ଦେଇଥିଲା । କେବଳ 13ଦିନରେ ଭାରତୀୟ ସଶସ୍ତ୍ର ବଳ ରଣନୈତିକ ପ୍ରତିଭା ଓ ଅସାଧାରଣ ସାହସରେ 93ହଜାରରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ସଂପୂର୍ଣ୍ଣ ଭାବେ ପରାସ୍ତ କରି ଏବେ ସୁଦ୍ଧାର ସବୁଠୁ ବଡ ସୈନକୁ ଆତ୍ମସମର୍ପଣ କରାଇଥିଲା । ଏହି ଦିନ ଭାରତ ନିଜ ମିତ୍ର ଦେଶ ପ୍ରତି ପ୍ରତିବଦ୍ଧତା ଓ ନିଜ ଶତ୍ରୁ ପାଇଁ ,କ ଦୃଢ ଚେତାବନୀ ଭାବେ କାର୍ଯ୍ୟ କରିଥାଏ ।