- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
1971 ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ବିଜୟର ପ୍ରତୀକ ବିଜୟ ଦିବସ ପାଳନ କଲା ଭାରତୀୟ ସଶସ୍ତ୍ର ବଳ
ନୂଆଦିଲ୍ଲୀ :ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଉପରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରି ବଳିଦାନକୁ ସଲାମ କରାଗଲା ଭାରତୀୟ ସଶସ୍ତ୍ର ବଳ ସୋମବାର 1971 ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସଶସ୍ତ୍ର ବଳର ନିର୍ଣ୍ଣାୟକ ବିଜୟର ପ୍ରତୀକ ବିଜୟ ଦିବସ ପାଳନ କରିଛି । ମୁଖ୍ୟ ସମାରୋହ ସେନାର ପୂର୍ବ କମାଣ କୋଲକାତାର ଫୋର୍ଟ ୱିଲିୟମରେ ପାଳନ ହୋଇଛି । ନୂଆଦିଲ୍ଲୀ ସ୍ଥିତି ଜାତୀୟ ଯୁଦ୍ଧ ସ୍ମାରକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଜେନେରାଲ ଅନିଲ ଚୌହ୍ୱାନ ଓ ସେନା ମୁଖ୍ୟ 1971 ଯୁଦ୍ଧର ସହିଦ ସୈନିକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରି ବଳିଦାନକୁ ସଲାମ କରିଛନ୍ତି ।
ଏହା ଏକ ଏପରି ବିଜୟ ଥିଲା, ଯେଉଁଥିରେ ଭାରତର ସୈନ୍ୟ ଇତିହାସକୁ ନୂଆ ଆକାର ଦେବା ସହିତ ନୂଆ ଦେଶ ବାଂଲାଦେଶକୁ ଜନ୍ମ ଦେଇଥିଲା । କେବଳ 13ଦିନରେ ଭାରତୀୟ ସଶସ୍ତ୍ର ବଳ ରଣନୈତିକ ପ୍ରତିଭା ଓ ଅସାଧାରଣ ସାହସରେ 93ହଜାରରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ସଂପୂର୍ଣ୍ଣ ଭାବେ ପରାସ୍ତ କରି ଏବେ ସୁଦ୍ଧାର ସବୁଠୁ ବଡ ସୈନକୁ ଆତ୍ମସମର୍ପଣ କରାଇଥିଲା । ଏହି ଦିନ ଭାରତ ନିଜ ମିତ୍ର ଦେଶ ପ୍ରତି ପ୍ରତିବଦ୍ଧତା ଓ ନିଜ ଶତ୍ରୁ ପାଇଁ ,କ ଦୃଢ ଚେତାବନୀ ଭାବେ କାର୍ଯ୍ୟ କରିଥାଏ ।