- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭାରତର ଉନ୍ନତିର ଭିଜନରେ ପ୍ରବାସୀ ଭାରତୀୟମାନଙ୍କ ଅବିଭାଜ୍ୟ ଭୂମିକା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର, 10 ଜାନୁଆରି :ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ସାମିଲ ହୋଇ ଉଦବୋଧନ ଦେବା ସହ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଭାରତୀୟ ପ୍ରବାସୀମାନେ ଆମ ଦେଶର ସର୍ବୋତ୍କୃଷ୍ଟତାକୁ ପ୍ରତିନିଧିତ୍ୱ କରନ୍ତି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଏବଂ ଦକ୍ଷତାକୁ ନେଇ ଯାଇ ନାହାନ୍ତି ବରଂ ସେମାନେ ଦେଶର ମୂଲ୍ୟବୋଧ ଏବଂ ସଂସ୍କୃତିକୁ ମଧ୍ୟ ନେଇ ଯାଇଛନ୍ତି ଯାହା ହଜାର ହଜାର ବର୍ଷ ଧରି ଆମର ସଭ୍ୟତାର ଭିତି ରୂପେ ରହିଛି। ପ୍ରଯୁକ୍ତି, ଚିକିତ୍ସା, କଳା କିମ୍ବା ଉଦ୍ୟମିତା ଜଣେ ସାଧାରଣ ଥିବା ସଭିଏ ମାନ୍ୟତା ପାଇଛି ।
ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ସେମାନଙ୍କର ସଫଳତା କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ସେଗୁଡିକ ଆପଣଙ୍କୁ ଏବଂ ସାରା ବିଶ୍ୱକୁ ଉତ୍କୃଷ୍ଟତା ପାଇଁ ପ୍ରେରିତ କରିଥାଏ।