- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭାରତର ଉନ୍ନତିର ଭିଜନରେ ପ୍ରବାସୀ ଭାରତୀୟମାନଙ୍କ ଅବିଭାଜ୍ୟ ଭୂମିକା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର, 10 ଜାନୁଆରି :ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ସାମିଲ ହୋଇ ଉଦବୋଧନ ଦେବା ସହ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଭାରତୀୟ ପ୍ରବାସୀମାନେ ଆମ ଦେଶର ସର୍ବୋତ୍କୃଷ୍ଟତାକୁ ପ୍ରତିନିଧିତ୍ୱ କରନ୍ତି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଏବଂ ଦକ୍ଷତାକୁ ନେଇ ଯାଇ ନାହାନ୍ତି ବରଂ ସେମାନେ ଦେଶର ମୂଲ୍ୟବୋଧ ଏବଂ ସଂସ୍କୃତିକୁ ମଧ୍ୟ ନେଇ ଯାଇଛନ୍ତି ଯାହା ହଜାର ହଜାର ବର୍ଷ ଧରି ଆମର ସଭ୍ୟତାର ଭିତି ରୂପେ ରହିଛି। ପ୍ରଯୁକ୍ତି, ଚିକିତ୍ସା, କଳା କିମ୍ବା ଉଦ୍ୟମିତା ଜଣେ ସାଧାରଣ ଥିବା ସଭିଏ ମାନ୍ୟତା ପାଇଛି ।
ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଲେ ଯେ ସେମାନଙ୍କର ସଫଳତା କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ସେଗୁଡିକ ଆପଣଙ୍କୁ ଏବଂ ସାରା ବିଶ୍ୱକୁ ଉତ୍କୃଷ୍ଟତା ପାଇଁ ପ୍ରେରିତ କରିଥାଏ।