Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜେଲରେ ବନ୍ଦ ଖଲିସ୍ତାନ ସମର୍ଥକ ସାଂସଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ ରଖିଲା ପୋଲିସ
FMNEWS.IN
07-01-2025
ଚଣ୍ଡିଗଡ, 7 ଜାନୁଆରି:- ପଂଜାବ ପୋଲିସ ମଙ୍ଗଳବାର ସକାଳେ ଅମୃତସର ଜିଲ୍ଲାର ଗାଁ ଜଲ୍ଲୁପୁର ଖେଡାରେ ଘେରାବନ୍ଦୀ କରି ଖଲିସ୍ତାନୀ ସମର୍ଥକ ସାଂସଦ ତଥା ଆସାମ ଜେଲରେ ବନ୍ଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ କରିଛି । ଅମୃତପାଲଙ୍କ ପିତା ଆଜି ମୋହାଲିରେ ବନ୍ଦୀ ଶିଖଙ୍କ ମୁକ୍ତିକୁ ନେଇ ଚାଲୁଥିବା ଧାରଣାରେ ସାମିଲ ହେବାକୁ ଘୋଷଣା କରିଥିଲେ । ଅମୃତପାଲଙ୍କ ଅନୁପସ୍ଥିତିରେ ତାଙ୍କ ପିତା ତରସେମ ସିଂହ ହିଁ ତାଙ୍କ ରାଜନୀତିକୁ ଆଗକୁ ବଢାଉଛନ୍ତି ।
ତେରସମ ସିଂହ ମାଘି ମେଲା ଅବସରରେ ନୂଆ ରାଜନୈତିକ ଦଳ ଗଢିବାକୁ ଘୋଷଣା କରିଥିଲେ । ଏହାସହିତ ସେ ମୋହାଲିରେ ଚାଲୁଥିବା ବନ୍ଦୀ ଶିଖଙ୍କ ମୁକ୍ତି ପାଇଁ କୌମୀ ଇନସାଫ ମୋର୍ଚ୍ଚାରେ ନିଜ ସମର୍ଥକଙ୍କ ସହ ପହଂଚିବେ ବୋଲି କହିଥିଲେ । ଆଜି ସକାଳେ ସେ ମୋହାଲି ଯିବାକୁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ପୋଲିସ ତାଙ୍କ ଗାଁରେ ପହଂଚି ଗାଁକୁ ନାକାବନ୍ଦୀ କରିଥିଲା । ଏବଂ ତରସେମ ସିଂହ ଓ ତାଙ୍କ ପରିଜନଙ୍କୁ ଘରେ ନଜରବନ୍ଦ କରିଛି ।