Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜେଲରେ ବନ୍ଦ ଖଲିସ୍ତାନ ସମର୍ଥକ ସାଂସଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ ରଖିଲା ପୋଲିସ
FMNEWS.IN
07-01-2025
ଚଣ୍ଡିଗଡ, 7 ଜାନୁଆରି:- ପଂଜାବ ପୋଲିସ ମଙ୍ଗଳବାର ସକାଳେ ଅମୃତସର ଜିଲ୍ଲାର ଗାଁ ଜଲ୍ଲୁପୁର ଖେଡାରେ ଘେରାବନ୍ଦୀ କରି ଖଲିସ୍ତାନୀ ସମର୍ଥକ ସାଂସଦ ତଥା ଆସାମ ଜେଲରେ ବନ୍ଦ ଅମୃତପାଲଙ୍କ ପିତାଙ୍କୁ ଘରେ ନଜରବନ୍ଦ କରିଛି । ଅମୃତପାଲଙ୍କ ପିତା ଆଜି ମୋହାଲିରେ ବନ୍ଦୀ ଶିଖଙ୍କ ମୁକ୍ତିକୁ ନେଇ ଚାଲୁଥିବା ଧାରଣାରେ ସାମିଲ ହେବାକୁ ଘୋଷଣା କରିଥିଲେ । ଅମୃତପାଲଙ୍କ ଅନୁପସ୍ଥିତିରେ ତାଙ୍କ ପିତା ତରସେମ ସିଂହ ହିଁ ତାଙ୍କ ରାଜନୀତିକୁ ଆଗକୁ ବଢାଉଛନ୍ତି ।
ତେରସମ ସିଂହ ମାଘି ମେଲା ଅବସରରେ ନୂଆ ରାଜନୈତିକ ଦଳ ଗଢିବାକୁ ଘୋଷଣା କରିଥିଲେ । ଏହାସହିତ ସେ ମୋହାଲିରେ ଚାଲୁଥିବା ବନ୍ଦୀ ଶିଖଙ୍କ ମୁକ୍ତି ପାଇଁ କୌମୀ ଇନସାଫ ମୋର୍ଚ୍ଚାରେ ନିଜ ସମର୍ଥକଙ୍କ ସହ ପହଂଚିବେ ବୋଲି କହିଥିଲେ । ଆଜି ସକାଳେ ସେ ମୋହାଲି ଯିବାକୁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ପୋଲିସ ତାଙ୍କ ଗାଁରେ ପହଂଚି ଗାଁକୁ ନାକାବନ୍ଦୀ କରିଥିଲା । ଏବଂ ତରସେମ ସିଂହ ଓ ତାଙ୍କ ପରିଜନଙ୍କୁ ଘରେ ନଜରବନ୍ଦ କରିଛି ।