Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସୁପ୍ରିମକୋର୍ଟର ନୂଆ ବିଚାରପତି ହେଲେ ଜୋୟମାଲା ବାଗଚି, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି
FMNEWS.IN
17-03-2025
ନୂଆଦିଲ୍ଲୀ, 17 ମାର୍ଚ୍ଚ - କୋଲକାତା ହାଇକୋର୍ଟର ଜଷ୍ଟିସ ଜୋୟମାଲା ବାଗଚି ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ସଂଜୀବ ଖନ୍ନା ଜଷ୍ଟିସ ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ଏହାସହିତ ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33 ହୋଇଛି । ସୁପ୍ରିମକୋର୍ଟ ବିଚାରପତିଙ୍କ ସ୍ୱୀକୃତ ସଂଖ୍ୟା 34 ଅଟେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ 10ରେ ଜଷ୍ଟିସ ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରିଥିଲେ । ମାର୍ଚ୍ଚ 6ରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଜୋୟମାଲା ବାଗଚୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲା ।