Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସୁପ୍ରିମକୋର୍ଟର ନୂଆ ବିଚାରପତି ହେଲେ ଜୋୟମାଲା ବାଗଚି, ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି
FMNEWS.IN
17-03-2025
ନୂଆଦିଲ୍ଲୀ, 17 ମାର୍ଚ୍ଚ - କୋଲକାତା ହାଇକୋର୍ଟର ଜଷ୍ଟିସ ଜୋୟମାଲା ବାଗଚି ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ସଂଜୀବ ଖନ୍ନା ଜଷ୍ଟିସ ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ଏହାସହିତ ଏବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 33 ହୋଇଛି । ସୁପ୍ରିମକୋର୍ଟ ବିଚାରପତିଙ୍କ ସ୍ୱୀକୃତ ସଂଖ୍ୟା 34 ଅଟେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ 10ରେ ଜଷ୍ଟିସ ବାଗଚୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରିଥିଲେ । ମାର୍ଚ୍ଚ 6ରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଜୋୟମାଲା ବାଗଚୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲା ।