Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଲଦ୍ଦାଖର ନୂଆ ଉପରାଜ୍ୟପାଳ ଭାବେ ଶପଥ ନେଲେ କବିନ୍ଦର ଗୁପ୍ତା
FMNEWS.IN
18-07-2025
ଲଦ୍ଦାଖ, 18 ଜୁଲାଇ -କେନ୍ଦ୍ର ଶାସିତ ଅଂଚଳ ଲଦ୍ଦାଖର ନୂତନ ଉପରାଜ୍ୟପାଳ ଭାବେ ଶୁକ୍ରବାର କବିନ୍ଦର ଗୁପ୍ତା ଶପଥ ଗ୍ରହଣ କରିଛନ୍ତି। ରାଜ ନିବାସରେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ହାଇକୋର୍ଟର ମୁଖ୍ୟ ନ୍ୟାୟଧୀଶ ଅରୁଣ ପଲ୍ଲି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟ ସଚିବ ପବନ କୋତୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଗୁପ୍ତାଙ୍କ ନିଯୁକ୍ତିର ୱାରେଂଟ ପଢି ଶୁଣାଇଥିଲେ।
ସେ କେନ୍ଦ୍ରଶାସିତ ଅଞ୍ଚଳର ତୃତୀୟ ଉପରାଜ୍ୟପାଳ ଏବଂ ବ୍ରିଗେଡିୟର ବି.ଡି. ମିଶ୍ରାଙ୍କ ସ୍ଥାନ ନେଇଛନ୍ତି, ଯିଏ ୧୯ ଫେବୃଆରୀ ୨୦୨୪ ରେ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମିଶ୍ରା ଆର.କେ. ମାଥୁରଙ୍କ ସ୍ଥାନ ନେଇଥିଲେ।
୨୦୧୯ ରେ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରାଯିବା ପରେ ଆର.କେ. ମାଥୁରଙ୍କୁ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।