- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପିଏମ ମୋଦିଙ୍କୁ ଚିଠି ଲେଖିଲେ ଖଡଗେ, ରାହୁଲ, ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଲେ ନିବେଦନ
ନୂଆଦିଲ୍ଲୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାରା ଦେଶରେ ଉପୁଜିଥିବା କ୍ରୋଧକୁ ଦୃଷ୍ଟିରେ ରଖି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛି କଂଗ୍ରେସ । ଏ ସଂପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ଉଭୟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୀଘ୍ର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖହଗେ ଏପ୍ରିଲ 28ରେ ଲେଖିଥିବା ପତ୍ରରେ ପିଏମ ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ, ଏପ୍ରିଲ 22ରେ ପହଲଗାମରେ ହୋଇଥିବା କ୍ରୁର, ଆତଙ୍କବାଦୀ ଆକ୍ରମଣରୁ ସୃଷ୍ଟି ହୋଇଥିବା ସ୍ଥିତିକୁ ମୁକାବିଲା କରିବା ପାଇଁ ସାମୁହିକ ଇଚ୍ଛାଶକ୍ତିର ପ୍ରଦର୍ଶନୀ ଜରୁରୀ ଅଟେ । ଏଥିପାଇଁ ସଂସଦର ଉଭୟ ଗୃହର ସ୍ୱତନ୍ତ୍ର ଅଧିବେଶନ ଯଥାଶୀଘ୍ର ଡକାଯାଉ ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବି ପିଏମ ମୋଦିଙ୍କୁ ପତ୍ର ଲେଖିଛନ୍ତି । ସେ ବି ପିଏମ ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ, ସଂସଦର ଉଭୟ ଗୃହର ସ୍ୱତନ୍ତ୍ର ଅଧିବେଶନ ଶୀଘ୍ର ଡକାଯାଉ ।ପତ୍ରରେ କୁହାଯାଇଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତକୁ ଏହା ଦେଖାଇବା ଉଚିତ ଯେ, ଆମେ ଆତଙ୍କବାଦ ବିରୁଦ୍ଧରେ ସବୁବେଳେ ଏକଜୁଟ ଅଛୁ ।