- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କୋଲକାତା ବଡବଜାର ଅଗ୍ନିକାଣ୍ଡ : ହୋଟେଲ ମାଲିକ ଓ ମ୍ୟାନେଜର ଗିରଫ : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
କୋଲକାତା, ୧ ମଇ - କୋଲକାତା ବଡବଜାରର ମଛୁଆ ବଜାର ଅଂଚଳରେ ମଙ୍ଗଳବାର ସଂନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ମାମଲାରେ ହୋଟେଲ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ସକାଳେ ଆକାଶ ଚାୱଲା ଓ ଗୌରବ କପୁରଙ୍କୁ ହେପାଜତରେ ନେଇଛି ପୋଲିସ । ହୋଟେଲରେ ସୁରକ୍ଷା ସମ୍ବନ୍ଧରେ ଅଣଦେଖା ଓ ଦାୟିତ୍ୱହିନତା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଦ୍ୟାବଧି ୧୫ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମଛୁଆ ବଜାର ଫଳପଟ୍ଟି ସ୍ଥିତ ଋତୁରାଜ ହୋଟେଲରେ ହଠାତ୍ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଏହି ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ଦମକଳ ବାହିନୀର ୧୦ ଗାଡି ସହିତ ପ୍ରାୟ ୮ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ମାନେ ନିଆଁକୁ ଆୟତ କରିଥିଲେ । ଅଗ୍ନିଶମ କର୍ମଚାରୀ ମାନେ ହାଇଡ୍ରୋଲିକ୍ ଲ୍ୟାଡର ସହାୟତାରେ ହୋଟେଲରେ ଫସି ରହିଥିବା ୨୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ, ୧୫ ଜଣଙ୍କର ଜୀବନ ବଂଚାଇ ପାରିନଥିଲେ ।