- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କୋଲକାତା ବଡବଜାର ଅଗ୍ନିକାଣ୍ଡ : ହୋଟେଲ ମାଲିକ ଓ ମ୍ୟାନେଜର ଗିରଫ : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
କୋଲକାତା, ୧ ମଇ - କୋଲକାତା ବଡବଜାରର ମଛୁଆ ବଜାର ଅଂଚଳରେ ମଙ୍ଗଳବାର ସଂନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ମାମଲାରେ ହୋଟେଲ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ସକାଳେ ଆକାଶ ଚାୱଲା ଓ ଗୌରବ କପୁରଙ୍କୁ ହେପାଜତରେ ନେଇଛି ପୋଲିସ । ହୋଟେଲରେ ସୁରକ୍ଷା ସମ୍ବନ୍ଧରେ ଅଣଦେଖା ଓ ଦାୟିତ୍ୱହିନତା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଦ୍ୟାବଧି ୧୫ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମଛୁଆ ବଜାର ଫଳପଟ୍ଟି ସ୍ଥିତ ଋତୁରାଜ ହୋଟେଲରେ ହଠାତ୍ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଏହି ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ଦମକଳ ବାହିନୀର ୧୦ ଗାଡି ସହିତ ପ୍ରାୟ ୮ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ମାନେ ନିଆଁକୁ ଆୟତ କରିଥିଲେ । ଅଗ୍ନିଶମ କର୍ମଚାରୀ ମାନେ ହାଇଡ୍ରୋଲିକ୍ ଲ୍ୟାଡର ସହାୟତାରେ ହୋଟେଲରେ ଫସି ରହିଥିବା ୨୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ, ୧୫ ଜଣଙ୍କର ଜୀବନ ବଂଚାଇ ପାରିନଥିଲେ ।