- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆଜି ସମ୍ବିଧାନ ସଦନରେ ପଂଚାୟତରୁ ପାର୍ଲିଆମେଂଟ 2.0ର ଉଦଘାଟନ କରିବେ ଲୋକସଭା ଅଧ୍ୟକ୍ଷ
(FMNews):--ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆଜି ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଏକ ଦିବସୀୟ ପଂଚାୟତରୁ ପାର୍ଲିଆମେଂଟ 2.0 କାର୍ଯ୍ୟକ୍ରମର ଉଦଘାଟନ କରିବେ ଏବଂ ପ୍ରତିନିଧିମାନଙ୍କୁ ସଂବୋଧିତ କରିବେ । ବିର୍ଲାଙ୍କ ନେତୃତ୍ୱରେ ସମସ୍ତ ପ୍ରତିନିଧି ଭାରତର ସମ୍ବିଧାନର ପ୍ରସ୍ତାବନା ପାଠ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣ ଦେବୀ, ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ବିଜୟା ରହାଟକର ଉପସ୍ଥିତ ରହିବେ ।
ଏକ ଦିବସୀୟ ପଂଚାୟତରୁ ପାର୍ଲିଆମେଂଟ 2.0 କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପଂଚାୟତିରାଜ ସଂସ୍ଥାରେ ନିର୍ବାଚିତ ଅନୁସୂଚିତ ଜନଜାତିର ମହିଳା ପ୍ରତିନିଧିଙ୍କୁ ସଶକ୍ତ କରିବା ତଥା ପ୍ରଭାବୀ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ସାମ୍ବିଧାନିକ ପ୍ରାବଧାନ, ସଂସଦୀୟ ପ୍ରିକ୍ରିୟା ଓ ଶାସନବ୍ୟବସ୍ଥା ସଂପର୍କରେ ଗଭୀର ତଥ୍ୟ ଦେବା ଅଟେ । କାର୍ଯ୍ୟକ୍ରମରେ ଲୋକସଭାର ମହାସଚିବ ଉତ୍ପଳ କୁମାର ସିଂହ ସ୍ୱାଗତ ଭାଷଣ ଦେବେ । ଦ୍ୱିତୀୟ ଅଧିବେଶନରେ କେନ୍ଦ୍ର ଜନଜାତି କାର୍ଯ୍ୟମନ୍ତ୍ରୀ ଜୁଏଲ ଓରାମ ସଂବୋଧିତ କରିବେ ।