- ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ
- ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା -ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେ...
- ଦିବଗଂତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ଵୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତ...
- ଆଦିବାସୀ ସମାଜର ଉନ୍ନତି ପାଇଁ ଶିବୁ ସୋରେନଙ୍କ ଅବଦାନ ସର୍ବଦା ସ୍ମରଣୀୟ - ଭକ୍ତ ଦାସ
- କଂଗ୍ରେସର ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ୧୨ ଏବଂ ୧୪ ରେ
ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂପର୍କୀୟ ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ ନକରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖଡଗେଙ୍କ ସମାଲୋଚନା

ଜଗଦାନନ୍ଦ ପ୍ରଧାନ
(FM News):-- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂପର୍କୀରେ ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ ନକରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ଏବଂ ସେ କହିଛନ୍ତି ଯେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ସରକାର ସୁରକ୍ଷା ତ୍ରୁଟିର କଥା ସ୍ବୀକାର କରିଥିଲେ। ଖଡ଼ଗେ ୧୯୬୦ର ସିନ୍ଧୁ ଜଳ ଚୁକ୍ତିକୁ ପାକିସ୍ତାନ ସହ ସ୍ଥଗିତ ରଖିବା ନେଇ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ସେମାନେ ଜଳ ଭଣ୍ଡାର କେଉଁଠାରେ ରଖିବେ। ସେ କହିଛନ୍ତି ଯେ ଏହି ବିଷୟଗୁଡ଼ିକ ଏବେ ନୁହେଁ, ପରେ ଉଠାଯିବ। ଖଡ଼ଗେ କହିଛନ୍ତି ଯେ ସେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ସମସ୍ତ ରାଜନୈତିକ ଦଳର ନେତାମାନେ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିଲେ।
ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଯେତେବେଳେ ସରକାର କୌଣସି ସର୍ବ ଦଳୀୟ ବୈଠକ ଡାକନ୍ତି, ପ୍ରଧାନମନ୍ତ୍ରୀ ସେଠି ଉପସ୍ଥିତ ରହିବା ଉଚିତ।ପ୍ରଧାନମନ୍ତ୍ରୀ କିନ୍ତୁ ସେଠି ଉପସ୍ଥିତ ନଥିଲେ। ଏହା ଠିକ୍ ନୁହେଁ। ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କର ସର୍ବଦଳୀୟ ବୈଠକରେ ଅୁପସ୍ଥିତିକୁ ନେଇ ସମାଲୋଚନା କରି କହିଛନ୍ତି, ପହଲଗାମ ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ଜୀବନ ଯାଇଥିଲାବେଳେ ସେ ବୈଠକରେ ଅଂଶଗ୍ରହଣ ନକରି ନିର୍ବାଚନୀ ରାଜ୍ୟ ବିହାରରେ ରାଲିରେ ଭାଷଣ ଦେବାକୁ ଯାଇଥିଲେ।
ଖଡ଼ଗେ କହିଛନ୍ତି, ଆପଣ ବିହାରକୁ ନିର୍ବାଚନୀ ଭାଷଣ ଦେବାକୁ ଯାଉଛନ୍ତି। ଯଦି ସେ (ମୋଦୀ) ବୈଠକରେ ଅଂଶଗ୍ରହଣ ନକରୁଛନ୍ତି, ତାହାର ଅର୍ଥ ସେ ଏହାକୁ ଗମ୍ଭୀର ଭାବେ ନେଉନାହାନ୍ତି। ସେ ଆହୁରି କହିଛନ୍ତି, ହିନ୍ଦୀ ଓ ଇଂରାଜୀରେ କଥା ହେବା ବଦଳରେ, ଆପଣ ଆମକୁ କହିବା ଉଚିତ ଥିଲା ଯେ ଏହି ଆତଙ୍କବାଦୀ ଆକ୍ରମଣ କିପରି ଘଟିଲା ସୁରକ୍ଷା ତ୍ରୁଟି କାରଣରୁ, ଗୁଇନ୍ଦା ବିଫଳତା, ନା ସୂଚନାମିଳିବାରେ ବିଫଳତା ଓ ପୁଲିସ ସ୍ତରରେ ତ୍ରୁଟି। ଦୁର୍ଭାଗ୍ୟବଶତଃ ସେ ଆସିଲେ ନାହିଁ।
ଅଖିଲ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ କହିଛନ୍ତି ଯେ ବୈଠକର ଅଧ୍ୟକ୍ଷତା କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବୀକାର କରିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ସୁରକ୍ଷା ତ୍ରୁଟି କାରଣରୁ ହୋଇଥିଲା। ଖଡ଼ଗେ କହିଛନ୍ତି ଯେ ସେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ କହିଥିଲେ ଯେ ଏହି ମାମଲାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ 26 ଜଣଙ୍କୁ ନେଇ ଏପରି ଘଟଣା ପୁନରାବୃତ୍ତି ନହେବା ପାଇଁ ବ୍ୟବସ୍ଥା କରିବା ଉଚିତ।
ସେ କହିଛନ୍ତି, ଯାହା ବି ତ୍ରୁଟି ହୋଇଛି, ତାହା ହୋଇଗଲା, କିନ୍ତୁ ଭବିଷ୍ୟତରେ ଆମେ ଏପରି ହେବାକୁ ଦେବୁ ନାହିଁ। ମୁଁ ଶାହାଙ୍କୁ କହିଥିଲି ଯେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯିବା ଉଚିତ। ସବୁ କିଛି ଠିକ୍ ହେବା ଉଚିତ। ସେ ଆହୁରି କହିଛନ୍ତି ଯେ ଶାହା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀକୁ ଆଶ୍ବାସନା ଦେଇଛନ୍ତି ଯେ ଭବିଷ୍ୟତରେ ଏପରି ଘଟଣା ଘଟିବ ନାହିଁ। ଖଡ଼ଗେ ଦୁଖ ପ୍ରକାଶ କରିଛନ୍ତି ଯେ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେଇ ପାରିନଥିଲେ।
ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ତଥାପି, ରାଷ୍ଟ୍ର ଏବଂ ତାର ଏକତାର ଦୃଷ୍ଟିକୋଣରୁ, ଆମେ ସେମାନଙ୍କୁ କହିଥିଲୁ ଯେ ଆମେ ସମସ୍ତେ ଏକଜୁଟ ହୋଇ ଦେଶର ସୁରକ୍ଷା ନିଶ୍ଚିତ କରିବା ଉଚିତ। ଆମେ ଏହା ମଧ୍ୟ କହିଥିଲୁ ଯେ ଏହି ମାମଲାରେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଆମେ ଏକଜୁଟ ଅଛୁ। ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ସେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ କି ନାହିଁ, ଖଡ଼ଗେ ଉତ୍ତର ଦେଇଥିଲେ, ଏବେ ସେହି ବିଷୟଗୁଡ଼ିକୁ ଉଜାଗର କରିବାର ସମୟ ନୁହେଁ। ଯେତେବେଳେ ପରିସ୍ଥିତି ଆସିବ, ଆମେ କହିବୁ, କିନ୍ତୁ ଏବେ ସେହି ବିଷୟଗୁଡ଼ିକ କହିବା ଠିକ୍ ହେବ ନାହିଁ।
ସେ ଜୋର ଦେଇ କହିଛନ୍ତି ଯେ ଏବେ ସରକାରଙ୍କ ସହ ଏକଜୁଟ ହୋଇ ଛିଡ଼ା ହେବାର ସମୟ ଏବଂ ତାଙ୍କ ନିଷ୍ପତ୍ତିରେ ତ୍ରୁଟି ଖୋଜିବା ଉଚିତ ନୁହେଁ। ପାକିସ୍ତାନ ସହ ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ଉପରେ ଖଡ଼ଗେ କହିଛନ୍ତି, ଯଦି ଆପଣ (ସରକାର) ଜଳ ଅଟକାଇବାକୁ ନିଷ୍ପତ୍ତି ନେଉଛନ୍ତି, ତେବେ ଆପଣ ଏହାକୁ କେଉଁଠାରେ ଭଣ୍ଡାର କରିବେ? ଆମ ପାଖରେ ଏପରି ବାଧ ଅଛି କି? କିନ୍ତୁ ଏହି ପ୍ରଶ୍ନଗୁଡ଼ିକ ପରେ ଉଠିବ, ଏବେ ନୁହେଁ।