- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମନ୍ ବୀ ବାତ- ଅପରେସନ ସିନ୍ଦୁର କେବଳ ସାମରିକ ମିଶନ ନୁହେଁ, ଆମ ସାହସ, ସଂକଳ୍ପ ଓ ବଦଳୁଥିବା ଭାରତର ଚିତ୍ର ଅଟେ- ପିଏମ ମୋଦି
ନୂଆଦିଲ୍ଲୀ, 25 ମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ରେ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର କେବଳ ଗୋଟିଏ ସେନା ଅଭିଯାନ ନୁହେଁ, ଏହା ଆମର ସାହସ, ସଙ୍କଳ୍ପ ଓ ବଦଳୁଥିବା ଭାରତର ଏକ ଚିତ୍ର। ଆଜି ସମଗ୍ର ଦେଶ ଆତଙ୍କବାଦ ବିରୁଦ୍ଧରେ ଏକତାବଦ୍ଧ ଅଛି। ପ୍ରତ୍ୟେକ ଭାରତବାସୀଙ୍କର ଏହି ଦୃଢ଼ ସଙ୍କଳ୍ପ ଯେ ଆମକୁ ଆତଙ୍କବାଦକୁ ସମାପ୍ତ କରିବାକୁ ହେବ। ମନ କି ବାତ୍ର 122ତମ ଏପିସୋଡରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅପରେସନ୍ ସମୟରେ ଆମର ସେନାମାନେ ଅଦ୍ୱିତୀୟ ପରାକ୍ରମ ପ୍ରଦର୍ଶନ କରିଛନ୍ତି। ସେମାନେ ପ୍ରତ୍ୟେକ ଭାରତବାସୀଙ୍କର ମଥା ଗର୍ବରେ ଉଚ୍ଚା କରିଦେଇଛନ୍ତି। ଶତପ୍ରତିଶତ ସଠିକତା ସହିତ ଶତୃ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି।
ଭାରତୀୟ ସେନା ଆତଙ୍କବାଦୀମାନଙ୍କର ମନୋବଳକୁ ଭାଙ୍ଗିଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ମିଶନ୍ ସମଗ୍ର ବିଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ଭାରତର ଦୃଢ଼ ସଙ୍କଳ୍ପକୁ ପ୍ରଦର୍ଶନ କରିଛି। ଭାରତୀୟ ଯବାନମାନେ ନିଜ ଟେକ୍ନୋଲୋଜି ଦକ୍ଷତାର ସହ ପ୍ରଦର୍ଶନ କରିଛନ୍ତି। ସେମାନେ ଏହା ସାବ୍ୟସ୍ତ କରିଛନ୍ତି ଯେ ସେମାନେ ଯେକୌଣସି ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ପ୍ରସ୍ତୁତ।