Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସୁରଟର ହଜିରାରେ ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ, 4 ମୃତ
FMNEWS.IN
01-01-2025
ସୁରଟ, 1 ଜାନୁଆରି - ଗୁଜରାଟର ସୁରଟର ହଜିରା ସ୍ଥିତ ଆର୍ସେଲର ମିତ୍ତଲ ନିପୋନ ଷ୍ଟିଲ କଂପାନୀର ପ୍ଲାଂଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ 4ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ପୋଡି ଯାଇ ଗୁରୁତର ଆହତ ହୋଇଛନ୍ତି । ନିଆଁ ଏତେ ଭୟାବହ ଥିଲା ଯେ, ଚାରିଜଣଙ୍କ ମୃତଦେହକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡିଛି । ପ୍ରଶାସନର ଡିଏନଏ ଟେଷ୍ଟ କରିବା ପରେ ମୃତଦେହକୁ ପରିଜନଙ୍କୁ ଫେରାଇବା ପାଇଁ ନିଷ୍ପତି ହୋଇଛି । ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଘଟଣା ଏଏମଏନଏସ କମ୍ପାନୀର କୋରେକ୍ସ-2 ପ୍ଲାଂଟରେ ହୋଇଛି । ଏହି ପ୍ଲାଂଟରେ ଲିକ୍ଟିଡ ମେଟାଲ ନିର୍ମାଣ ପ୍ରକ୍ରିୟା ପୂରା କରାଯାଏ ।