Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସୁରଟର ହଜିରାରେ ଆର୍ସେଲର ମିତ୍ତଲ ଷ୍ଟିଲ ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ, 4 ମୃତ
FMNEWS.IN
01-01-2025
ସୁରଟ, 1 ଜାନୁଆରି - ଗୁଜରାଟର ସୁରଟର ହଜିରା ସ୍ଥିତ ଆର୍ସେଲର ମିତ୍ତଲ ନିପୋନ ଷ୍ଟିଲ କଂପାନୀର ପ୍ଲାଂଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ଘଟଣାରେ 4ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ପୋଡି ଯାଇ ଗୁରୁତର ଆହତ ହୋଇଛନ୍ତି । ନିଆଁ ଏତେ ଭୟାବହ ଥିଲା ଯେ, ଚାରିଜଣଙ୍କ ମୃତଦେହକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡିଛି । ପ୍ରଶାସନର ଡିଏନଏ ଟେଷ୍ଟ କରିବା ପରେ ମୃତଦେହକୁ ପରିଜନଙ୍କୁ ଫେରାଇବା ପାଇଁ ନିଷ୍ପତି ହୋଇଛି । ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଘଟଣା ଏଏମଏନଏସ କମ୍ପାନୀର କୋରେକ୍ସ-2 ପ୍ଲାଂଟରେ ହୋଇଛି । ଏହି ପ୍ଲାଂଟରେ ଲିକ୍ଟିଡ ମେଟାଲ ନିର୍ମାଣ ପ୍ରକ୍ରିୟା ପୂରା କରାଯାଏ ।