- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ମେଡିକାଲ ପାଠ୍ୟକ୍ରମ ସିଟ୍ ଖାଲି ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : - ମେଡିକାଲ ପାଠ୍ୟକ୍ରମରେ ସିଟ୍ ଖାଲି ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ବି.ଆର ଗବଇଙ୍କ ନେତୃତ୍ୱରେ ଏକ ବେଂଚ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଏବଂ ସମସ୍ତ ସମ୍ପୃକ୍ତ ଦଳଙ୍କ ସହ ଏକ ବୈଠକ କରିବାକୁ ଏବଂ ଏହି ପ୍ରସଙ୍ଗରେ ଗଠିତ କମିଟିର ସୁପାରିଶକୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏପ୍ରିଲ୍ ୨୦୨୩ ରେ ମେଡିକାଲ୍ ପାଠ୍ୟକ୍ରମରେ ୧୦୦୩ ସୁପର ସ୍ପେସିଆଲିଟି ସିଟ୍ ଖାଲି ଥିବାକୁ ନେଇ ସୁପ୍ରିମକୋର୍ଟ ଉଦ୍ୱେଗ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଗୋଟିଏ ପଟେ ସୁପର ସ୍ପେସିଆଲିଟି ଡାକ୍ତରଙ୍କ ଅଭାବ ରହିଛି ଏବଂ ଅନ୍ୟ ପଟେ ଏହି ସିଟ୍ ଖାଲି ରହିଛି। ଏହା ପରେ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ, ଯେଉଁଥିରେ ରାଜ୍ୟ ତଥା ବେସରକାରୀ ମହାବିଦ୍ୟାଳୟର ପ୍ରତିନିଧୀମାନେ ମଧ୍ୟ ସାମିଲ ହେବା ଉଚିତ୍।
ଶୁଣାଣି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସମ୍ପୃକ୍ତ କମିଟି ଏହାର ରିପୋର୍ଟ ଦାଖଲ କରିଛି। କମିଟି ସୁପାରିଶ ଅନୁଯାୟୀ ସମସ୍ତ ଦଳର ମତାମତ ନିଆଯିବା ଉଚିତ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ପରେ କୋର୍ଟ କେନ୍ଦ୍ରକୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ ଏବଂ ମାମଲାର ଶୁଣାଣି ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।