- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ୱକଫ ବିଲ୍ ଉପରେ ବୈଠକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ବଜେଟ୍ ଅଧିବେଶନରେ ଦେବାକୁ ହେବ ରିପୋର୍ଟ -ଜେପିସି ଅଧ୍ୟକ୍ଷ
ପାଟନା, ୧୮ ଜାନୁଆରୀ- କେନ୍ଦ୍ର ସରକାରଙ୍କ ଜରିଆରେ ଅଣାଯାଇଥିବା ୱକଫ ବିଲ୍ ଉପରେ ଆଲୋଚନା ନିମନ୍ତେ ଲୋକସଭା ଅଧ୍ୟକ୍ଷଙ୍କ ଦ୍ୱାରା ଗଠିତ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ଅଧ୍ୟକ୍ଷ ଜଗଦମ୍ବିକା ପାଲ ଶନିବାର କହିଛନ୍ତି ଯେ, ଏହି ବୈଠକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଯେଉଁଥିରେ ଆମେ ସମସ୍ତ ଲୋକଙ୍କ ସହିତ ୱକଫ ବିଲ୍ ଉପରେ ଆଲୋଚନା କରିବୁ ଏବଂ ସେମାନଙ୍କର ମତାମତ ନେବୁ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ବଜେଟ୍ ଅଧିବେଶନରେ ଆମକୁ ରିପୋର୍ଟ ମଧ୍ୟ ଦେବାକୁ ହେବ । ଏଥିପାଇଁ ବୈଠକରେ ମିଳିଥିବା ପରାମର୍ଶ ଏବଂ ଅଭିଯୋଗକୁ ଧ୍ୟାନପୂର୍ବକ ଆମ ରିପୋର୍ଟରେ ସାମିଲ୍ କରାଯିବ ।
ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ ପାଟନା ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଥାବାର୍ତା ବେଳେ କହିଛନ୍ତି ଯେ, ଏହା ପୂର୍ବରୁ ହୋଇଥିବା ବୈଠକରେ ଆମକୁ ଯେଉଁ ପରାମର୍ଶ ଏବଂ ଅଭିଯୋଗ ମିଳିଛି, ସେସବୁକୁ ଆମେ ଆମ ରିପୋର୍ଟରେ ଦାୟର୍ କରିବୁ । ଏଥି ସହିତ ଯେଉଁ ଜମିକୁ ନେଇ ଏହା ଦାବି କରାଯାଉଛି ଯେ, ଏହା ୱକଫ ବୋର୍ଡ଼ ର ଅଟେ, ତାହା ଉପରେ ଅଧିକାରୀ ମାନଙ୍କ ସହିତ କଥାବାର୍ତା କରିବେ ଏବଂ ଜରୁରୀ କାଗଜପତ୍ର ପାପ୍ତ କରିବେ ।