- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ୱକଫ ବିଲ୍ ଉପରେ ବୈଠକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ବଜେଟ୍ ଅଧିବେଶନରେ ଦେବାକୁ ହେବ ରିପୋର୍ଟ -ଜେପିସି ଅଧ୍ୟକ୍ଷ
ପାଟନା, ୧୮ ଜାନୁଆରୀ- କେନ୍ଦ୍ର ସରକାରଙ୍କ ଜରିଆରେ ଅଣାଯାଇଥିବା ୱକଫ ବିଲ୍ ଉପରେ ଆଲୋଚନା ନିମନ୍ତେ ଲୋକସଭା ଅଧ୍ୟକ୍ଷଙ୍କ ଦ୍ୱାରା ଗଠିତ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ଅଧ୍ୟକ୍ଷ ଜଗଦମ୍ବିକା ପାଲ ଶନିବାର କହିଛନ୍ତି ଯେ, ଏହି ବୈଠକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଯେଉଁଥିରେ ଆମେ ସମସ୍ତ ଲୋକଙ୍କ ସହିତ ୱକଫ ବିଲ୍ ଉପରେ ଆଲୋଚନା କରିବୁ ଏବଂ ସେମାନଙ୍କର ମତାମତ ନେବୁ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ବଜେଟ୍ ଅଧିବେଶନରେ ଆମକୁ ରିପୋର୍ଟ ମଧ୍ୟ ଦେବାକୁ ହେବ । ଏଥିପାଇଁ ବୈଠକରେ ମିଳିଥିବା ପରାମର୍ଶ ଏବଂ ଅଭିଯୋଗକୁ ଧ୍ୟାନପୂର୍ବକ ଆମ ରିପୋର୍ଟରେ ସାମିଲ୍ କରାଯିବ ।
ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ ପାଟନା ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କଥାବାର୍ତା ବେଳେ କହିଛନ୍ତି ଯେ, ଏହା ପୂର୍ବରୁ ହୋଇଥିବା ବୈଠକରେ ଆମକୁ ଯେଉଁ ପରାମର୍ଶ ଏବଂ ଅଭିଯୋଗ ମିଳିଛି, ସେସବୁକୁ ଆମେ ଆମ ରିପୋର୍ଟରେ ଦାୟର୍ କରିବୁ । ଏଥି ସହିତ ଯେଉଁ ଜମିକୁ ନେଇ ଏହା ଦାବି କରାଯାଉଛି ଯେ, ଏହା ୱକଫ ବୋର୍ଡ଼ ର ଅଟେ, ତାହା ଉପରେ ଅଧିକାରୀ ମାନଙ୍କ ସହିତ କଥାବାର୍ତା କରିବେ ଏବଂ ଜରୁରୀ କାଗଜପତ୍ର ପାପ୍ତ କରିବେ ।