- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦେଶରେ ପ୍ରଥମ ରାଜ୍ୟ ଭାବେ ବିହାରର 6ଟି ନଗରପାଳିକାରେ ମୋବାଇଲରେ ଭୋଟିଂ
ପାଟଣା, 28 ଜୁନ୍ :-ବିହାର ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂତନ ଡିଜିଟାଲ୍ ବିପ୍ଲବ ଆରମ୍ଭ କରିଛି। ଦେଶରେ ପ୍ରଥମଥର ମୋବାଇଲ୍ ମାଧ୍ୟମରେ ଇ-ଭୋଟିଂ ସୁବିଧାକୁ ବାସ୍ତବରେ ପରିଣତ କରି, ତିନିଟି ଜିଲ୍ଲାର ୬ଟି ନଗରପାଳିକାରେ ହୋଇଥିବା ଉପନିର୍ବାଚନରେ ହଜାର ହଜାର ମତଦାତା ଘର ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ପୂର୍ବ ଚମ୍ପାରଣ ଜିଲ୍ଲାର ପକଡ଼ୀ ଦୟାଲର ବାସିନ୍ଦା ବିଭା ଦେବୀ ଦେଶର ପ୍ରଥମ ମହିଳା ଇ-ଭୋଟର୍ ହିସାବରେ ଇତିହାସ ରଚିଛନ୍ତି, ସେହିଭଳି ମୁନ୍ନା କୁମାର ପ୍ରଥମ ପୁରୁଷ ଇ-ଭୋଟର୍ ଭାବରେ ଭୋଟ୍ ଦେଇଥିଲେ। ଇ-ଭୋଟିଂ ମାଧ୍ୟମରେ ମୋଟ ୬୭ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ଇ-ଭୋଟିଂ ସକାଳ ୭ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ଚାଲିଥିଲା। ୬୭ ପ୍ରତିଶତ ଇ-ଭୋଟରମାନେ ଭୋଟିଂରେ ଅଂଶ ଗ୍ରହଣ କରିଥିଲେ। ୮୦ ବର୍ଷ ବା ତାହାଠାରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ, ଅସାଧ୍ୟ ରୋଗରୁ ପୀଡ଼ିତ ଏବଂ ପ୍ରବାସୀ ବିହାରୀମାନେ ଇ-ଭୋଟିଂର ସୁଯୋଗ ପାଇଥିଲେ। ବିହାର ନିର୍ବାଚନ ଆୟୋଗ ଅନୁସାରେ ଏହା ଗୋଟିଏ ପାଇଲଟ୍ ପ୍ରୋଜେକ୍ଟ, ଯାହାର ସଫଳତା ସାରା ଦେଶରେ ଇ-ଭୋଟିଂ ପ୍ରଣାଳୀର ବିସ୍ତାରର ସମ୍ଭାବନା ଖୋଲିପାରେ। ନଗର ପଞ୍ଚାୟତ ପାଇଁ ହୋଇଥିବା ଭୋଟିଂର ଫଳାଫଳ ୩୦ ଜୁନ୍ରେ ଘୋଷିତ କରାଯିବ।