Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛତିଶଗଡରେ କୁଟରୁ-ବେଦରେ ରାସ୍ତାରେ ଯବାନଙ୍କ ଗାଡି ଉଡାଇଲେ ନକ୍ସଲ,9 ଜଣଙ୍କ ମୃତ୍ୟୁ
FMNEWS.IN
06-01-2025
ବିଜାପୁର, 6 ଜାନୁୟାରୀ:- ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର କୁଟରୁ ମାର୍ଗର ବେଦରେରେ ଯବାନଙ୍କୁ ନେଇ ଯାଉଥିବା ଗାଡିକୁ ସୋମବାର ନକ୍ସଲମାନେ ଟାର୍ଗେଟ କରିଛନ୍ତି । ଏଥିରେ ଅନେକ ଯବାନ ସହିଦ ହୋଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି. ଏନେଇ ସୂଚନା ଦେଇଛନ୍ତି ।ନକ୍ସଲମାନେ ଆଜି ସକାଳେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡିକୁ ଉଡାଇ ଦେଇଛନ୍ତି । ଏଥିରେ 8ଜଣ ଯବାନଙ୍କ ସମେତ ଗାଡି ଚାଳକ ସହିଦ ହୋଇଥିବା ବେଳେ କିଛି ଆହତ ହୋଇଛନ୍ତି । ରବିବାର ନାରାୟଣପୁରରେ ହୋଇଥିବା ଗୁଳି ବିନିମୟ ପରେ ଯବାନ ଆଜି ଫେରୁଥିବା ବେଳେ ନକ୍ସଲମାନେ ଏହି କାଣ୍ଡ ଘଟାଇଥିଲେ ।