- ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ କଂଗ୍ରେସର ଅଭିଯୋଗ ଫର୍ଦ୍ଦ : ଦଳ ଅଭିଯୋଗ କଲା ଏକ ବର୍ଷର ଶାସନ ପ୍ରତିଶ୍ରୁତି...
- ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,204 ଶବ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଜାରି
- ୧୧ ବର୍ଷର ମୋଦି ସରକାର କେବଳ ଦେଶବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଛନ୍ତି – କଂଗ୍ରେସ
- ରାଜ୍ୟରେ ଚାଷୀଙ୍କ ସମସ୍ୟା ଅସହ୍ୟ: ପିସିସି ସଭାପତି ଚାଷୀ ନେତାଙ୍କ ସହ କଲେ ଆଲୋଚନା
- ସ୍କୁଲ ଓ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ଆମର ପ୍ରତିବଦ୍ଧତା - ଧର୍ମେନ୍ଦ୍ର ପ୍ରଧାନ
‘ଅପରେସନ ସିନ୍ଦୁର’ ପରେ କୂଟନୈତିକ ପଦକ୍ଷେପର ଆବଶ୍ୟକତା ରହିଛି, କିନ୍ତୁ ଦ୍ୱିମୁଖୀ ମାନଦଣ୍ଡ କାହିଁକି: କଂଗ୍ରେସ

(FM News);--କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ସିନ୍ଦୁରର ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏହା ମଧ୍ୟ ଚାହୁଁଛନ୍ତି ଯେ ଭାରତର ପକ୍ଷ ରଖିବା ପାଇଁ ସମସ୍ତ ଦଳର ସାଂସଦମାନେ ବିଦେଶ ଯାଆନ୍ତୁ। ଦଳର ମହାସଚିବ ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି ଯେ ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏ କ୍ଷେତ୍ରରେ ଦ୍ୱିମୁଖୀ ମାନଦଣ୍ଡ କାହିଁକି?
ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଚାଲିଥିବା ଅପରେସନ ସିନ୍ଦୁର ପରେ ବିଜେପି ସରକାର ଏକ ଆକ୍ରମଣାତ୍ମକ କୂଟନୈତିକ ଅଭିଯାନ କରିବାକୁ ଯାଊଛନ୍ତି। ବିଶ୍ୱ ସ୍ତରରେ ଭାରତର ପକ୍ଷକୁ ଦୃଢ଼ତାର ସହ ରଖିବା ଏବଂ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ଉଜାଗର କରିବା ପାଇଁ ସରକାର ଆଗାମୀ ସପ୍ତାହରୁ ବିଭିନ୍ନ ଦେଶକୁ ଅନେକ ବହୁଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବା ପାଇଁ ଯୋଜନା କରିଛନ୍ତି।
କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ପୋଷ୍ଟ କରିଛନ୍ତି,ପ୍ରଧାନମନ୍ତ୍ରୀ ମେ ୨୫ ତାରିଖରେ କେବଳ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି, ଯାହା ଦ୍ୱାରା ଅପରେସନ ସିନ୍ଦୁରରୁ ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଏବେ ସେ ଚାହୁଁଛନ୍ତି ଯେ ପାକିସ୍ତାନରୁ ହେଉଥିବା ଆତଙ୍କବାଦ ଉପରେ ଭାରତର ଦୃଷ୍ଟିକୋଣ ସ୍ପଷ୍ଟ କରିବା ପାଇଁ ସମସ୍ତ ଦଳର ସାଂସଦମାନେ ବିଦେଶ ଯାଆନ୍ତୁ। ସେ ପ୍ରଶ୍ନ ଉଠାଇଛନ୍ତି, କୂଟନୈତିକ ପଦକ୍ଷେପର କଡ଼ା ଆବଶ୍ୟକତା ରହିଛି, କିନ୍ତୁ ଏଭଳି ଦ୍ୱିମୁଖୀ ମାନଦଣ୍ଡ କାହିଁକି?