Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନିଟ୍-ୟୁଜି ମେଡିକାଲ ପ୍ରବେଶ ପରୀକ୍ଷାର ଫଳାଫଳ ଘୋଷିତ, ଟପରେ ରାଜସ୍ଥାନର ମହେଶ କୁମାର
FMNEWS.IN
15-06-2025
ନୂଆଦିଲ୍ଲୀ :-ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଶନିବାର ଦିନ ଜାତୀୟ ପାତ୍ରତା ସହ ପ୍ରବେଶ ପରୀକ୍ଷା (ନିଟ୍) ୟୁଜି 2025ର ଫଳାଫଳ ଘୋଷଣା କରିଛନ୍ତି । ରାଜସ୍ଥାନର ମହେଶ କୁମାର ଅଖିଲ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏନଟିଏମେ 4 ତାରିଖରେ 552ଟି ଭାରତୀୟ ସହର ଓ ଦୁବାଇ, ଦୋହା, ସିଙ୍ଗାପୁର ଓ କାଠମାଣ୍ଡୁ ସହିତ 14ଟି ଅନ୍ତର୍ଜାତୀୟ ସ୍ଥାନରେ ମୋଟ 5,468ଟି ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି2025 ପରୀକ୍ଷା ଆୟୋଜିତ କରିଥିଲା। ଏଥର ମେଡିକାଲ୍ ପ୍ରବେଶ ପରୀକ୍ଷାରେ 22,09,318 ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।
ଏନଟିଏଅନୁସାରେ, ଏବର୍ଷ 12.36 ଲକ୍ଷରୁ ଅଧିକ ପ୍ରାର୍ଥୀ ନିଟ୍ ୟୁଜିମେଡିକାଲ୍ ପ୍ରବେଶ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିରେ 5,14,063 ପୁରୁଷ, 7,22,462 ମହିଳା ଓ 6 ଜଣ ଥାର୍ଡ ଜେଣ୍ଡରଙ୍କ ସହିତ ମୋଟ 12,36,531 ପ୍ରାର୍ଥୀ ଅନ୍ତର୍ଭୁକ୍ତ।