Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଇସିନା ଡାଇଲଗ ପାଇଁ ପହଂଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଆଜି ଉଦଘାଟନ କରିବେ ପିଏମ ମୋଦି
FMNEWS.IN
17-03-2025
ନୂଆଦିଲ୍ଲୀ :- ରାଇସିନା ଡାଇଲଗର 101ତମ ସଂସ୍କରଣ ମାର୍ଚ୍ଚ 17-19 ଯାଲ ନୂଆଦିଲ୍ଲୀରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 17ରେ ଡାଇଲଗର ଉଦଘାଟନ କରିବେ । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ଏବଂ ମୁଖ୍ୟ ଭାଷଣ ଦେବେ । ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ଆସିବାକୁଥିବା ଚ୍ୟାଲେଂଜପୂର୍ଣ୍ଣ ପ୍ରସଙ୍ଗକୁ ସଂବୋଧିତ କରୁଥିବା ଭୂ-ରାଜନୀତି ଓ ଭୂ-ଅର୍ଥଶାସ୍ତ୍ରର ଏହି ପ୍ରମୁଖ ସମ୍ମିଳନୀ ଅଟେ । ରାଇସିନା ଡାଇଲଗ-2025 ସଂସ୍କରଣର ବିଷୟ କାଳଚକ୍ର-ଲୋକ, ଶାନ୍ତି ଓ ଗ୍ରହ ଅଟେ । 10ମ ରାଇସିନା ଡାଇଲଗରେ ମନ୍ତ୍ରୀ, ପୂର୍ବ ରାଷ୍ଟ୍ରାଧ୍ୟକ୍ଷ ଓ ସରକାରଙ୍କ ପ୍ରମୁଖ, ସୈନ୍ୟ କମାଣ୍ଡର, ଶିଳ୍ପ ମୁଖ୍ୟ, ପ୍ରଯୁକ୍ତି ବିଦ୍ୟା ନେତା, ଶିକ୍ଷାବିତ, ସାମ୍ବାଦିକ, ସାମରିକ ମାମଲାର ବିଦ୍ୱାନ, ପ୍ରମୁଖ ଥିଙ୍କ ଟ୍ୟାଙ୍କର ବିଶେଷଜ୍ଞ ଓ ଯୁବକଙ୍କ ସହିତ ପ୍ରାୟ 125 ଦେଶର ପ୍ରତିନିଧି ଭାଗ ନେବେ ।