BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ପଦ୍ମ ପୁରସ୍କାର 2026 ପାଇଁ ନାମାଙ୍କନ ଆରମ୍ଭ

FMNEWS.IN 15-03-2025
Nominations for Padma Awards 2026 begin

ନୂଆଦିଲ୍ଲୀ, 15 ମାର୍ଚ୍ଚ ପଦ୍ମ ପୁରସ୍କାର ପାଇଁ ଶନିବାରରୁ ନାମାଙ୍କନ ଆରମ୍ଭ ହୋଇଛି । ଗଣତନ୍ତ୍ର ଦିବସ 2026 ଅବସରରେ ଘୋଷଣା କରାଯିବାକୁ ଥିବା ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ଓ ବିଶିଷ୍ଟ ସେବାକୁ ମାନ୍ୟତା ଦେଇଥାଏ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ, ଗଣତନ୍ତ୍ର ଦିବସ 2026 ଅବସରରେ ଘୋଷଣା କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ସୁପାରିଶ 15 ମାର୍ଚ୍ଚରୁ ଆରମ୍ଭ ହୋଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଅନ୍ତିମ ତିଥି ଜୁଲାଇ 31 ଅଟେ ।