- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନୁଂହ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଭୟାବହ ସଡକ ଦୁର୍ଘଟଣା, 7 ସଫେଇକର୍ମୀଙ୍କ ମୃତ୍ୟୁ
ନୁଂହ, 26 ଏପ୍ରିଲ୍ - ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଥାନା ଫିରୋଜପୁର ଝିରକା ସୀମା ଅନ୍ତର୍ଗତ ଇବ୍ରାହିମ ବାସ ଗାଁ ନିକଟରେ ଶନିବାର ସକାଳେ ଏକ ଭାରସାମ୍ୟ ହରାଇଥିବା ପିକଅପ ଭ୍ୟାନ ସଫେଇ କର୍ମଚାରୀଙ୍କ ଉପରକୁ ମାଡିଯାଇଛି । ଏହି ଦୁର୍ଘଟଣାରେ 7ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣାପଡିନି । ମୃତକଙ୍କ ମଧ୍ୟରେ 6ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଚାରିଜଣ ମହିଳା ଗୋଟିଏ ପରିବାରର ବୋଲି ଜଣାପଡିଛି । ଇବ୍ରାହିମ ବାସ ଗାଁ ନିକଟ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ ୱେରେ ସଫେଇ କାମ ଚାଲୁଥିଲା । ଶନିବାର ପ୍ରାୟ ସକାଳ 10ଟା ବେଳେ ପିକଅପ ଭ୍ୟାନରେ ପ୍ରାୟ 11ଜଣ ଲୋକ ସଫେଇ କରିବା ପାଇଁ ଆସିଥିଲେ । ଏହି ଲୋକେ ଗାଡିରୁ ଓହ୍ଲାଉଥିବା ବେଳେ ଗୁରୁଗ୍ରାମ ଅଭିମୁଖେ ଯାଉଥିବା ଦ୍ରୁତଗତିରେ ଅନ୍ୟ ଏକ ପିକଅପ ଏମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡିକ ଏଣେ ତେଣେ ଛାଟି ହୋଇପଡିଥିଲା । ଏହି ଘଟଣାରେ 6ଜଣ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏବଂ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।