- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବୁଦା ଭିତରୁ ମିଳିଲା ପୁରୁଣା ବୋମା
ଜୈସଲମେର 18 ଜାନୁଆରୀ-ପୀଟୀଏମ ଥାନାଅଞ୍ଚଳରେ ଡିଗ୍ଗାଗ୍ରାମ ନିକଟ ବୁଦାଭିତରୁ ମିଳିଥିବା ପୁରୁଣା ବୋମାକୁ ଭାରତୀୟ ସେନାର ବମ ନିଷ୍କ୍ରିୟ ସ୍କ୍ୱାର୍ଡ ଏହାକୁ ବିସ୍ଫୋରଣ କରିଛନ୍ତି।ସେନା ଅଧିକାରୀ ୱାୟର ଲଗାଇ ରିମୋଟ ଦ୍ୱାରା ବମକୁ ଜୋରରେ ବିସ୍ଫୋରଣ କରିଥିଲେ।ଏହି ସମୟରେ ସେଠାରେ ପ୍ରବଳ ବିସ୍ଫୋରଣ ହୋଇଥିଲା ଯାହା ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା।ଭାରତୀୟ ସେନା ଦ୍ୱାରା ବମକୁ ବିସ୍ଫୋରଣ ପରେ ଗ୍ରାମବାସୀ ଦୀର୍ଘ ନିଶ୍ୱାସ ମାରିଥିଲେ।ବମ ବିସ୍ଫୋରଣ ସମୟରେ ଭାରତୀୟ ସେନାର ବେଟଲ ଏକ୍ସ ଡିଭିଜନର ଅଧିକାରୀ ଉପସ୍ଥିତ ଥିଲେ।
ପୀଟୀଏମ ଥାନା ଦାୟିତ୍ୱରେ ଥିବା ନରେନ୍ଦ୍ର ପଂୱାର କହିଛନ୍ତି ଯେ ନହରୀ ଅଞ୍ଚଳର ଡିଗ୍ଗା ଗ୍ରାମରେ ପାଞ୍ଚ ଜାନୁଆରୀରେ ଏକ ବମ ମିଳିଥିଲା।ଗ୍ରାମବାସୀ ବୁଦାଭିତରୁ ମିଳିଥିବା ବମର ସୁଚନା ଦେଇଥିଲେ।ଯେଉଁଥିରେ ପୋଲିସ ବୋମାକୁ ସୁରକ୍ଷିତ ରଖି ସେନା ଏବଂ ପ୍ରଶାସନକୁ ସୁଚନା ଦେଇଥିଲା।ପ୍ରଶାସନ ଦ୍ୱାରା ଭାରତୀୟ ସେନାର ବୋମା ନିଷ୍କ୍ରିୟ ସ୍କ୍ୱାର୍ଡକୁ ସୁଚନା ଦେବାପରେ ଶୁକ୍ରବାର ବିଳମ୍ବିତ ରାତିରେ ପହଁଞ୍ଚିଥିବା ଭାରତୀୟ ସେନାର ଟିମ ବୋମାକୁ ଫିଙ୍ଗିଦେଇଥିଲେ।