BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଯୁଗ୍ମ ସଂସଦୀୟ କମିଟିକୁ ପଠାଗଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସହିତ ଜଡିତ ବିଧେୟକ,ଲୋକସଭା ଅନିଶ୍ଚିତ କାଳ ଯାଏ ସ୍ଥଗିତ

FMNEWS.IN 20-12-2024
One Nation One Election related MLAs sent to Joint Parliamentary Committee, Lok Sabha adjourned indefinitely

ନୂଆଦିଲ୍ଲୀ, 20 ଡିସେମ୍ବର - ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଆଜି ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସହିତ 129ତମ ସମ୍ବିଧାନ ସଂଶୋଦନ ବିଧେୟକ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଇ ଦିଆଯାଇଛି । ଏହାପରେ ଲୋକସଭାକୁ ଅନିଶ୍ଚିତ କାଳ ଯାଏ ସ୍ଥଗିତ କରାଯାଇଛି ।

ଲୋକସଭାର କାର୍ଯ୍ୟ ସକାଳ 11ଟା ବେଳେ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ବିରୋଧୀମାନେ ଗୃହର ମଧ୍ୟ ଭାଗକୁ ଚାଲିଆସିଥିଲେ । ଏହି ଅବସରରେ ଗୃହର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ଥିଲେ। ବିରୋଧୀ ସଦସ୍ୟଙ୍କ ନାରାବାଜି ମଧ୍ୟରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ସଂସଦର ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ହଙ୍ଗାମା ମଧ୍ୟରେ ପ୍ରସ୍ତାବକୁ ଧ୍ୱନିମତରେ ପାରିତ କରି ଗୃହର ଅନୁମତି ପ୍ରଦାନ କରାଯାଇଥିଲା । ଜେପିସିରେ 27ଜଣ ସଦସ୍ୟ ଅଛନ୍ତି । ଏଥିରେ 12ଜଣ ରାଜ୍ୟସଭାରୁ ଅଛନ୍ତି ।

ଲୋକସଭା ଅଧ୍ୟକ୍ଷ ଏହି ଅବସରରେ ସଦସ୍ୟଙ୍କୁ ସଂସଦୀୟ ପରମ୍ପରା ଓ ଗାରିମାର ସମ୍ମାନ କରିବା ପାଇଁ ଅନୁରୋଧ କରିଥିଲେ । ସେ ଚେତାଇଥିଲେ ଯେ, ସଂସଦ ପରିସର ଧାରଣା କିମ୍ବା ବିକ୍ଷୋଭ ପାଇଁ ନୁହେଁ । ଏଭଳି କଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାପରେ ବନ୍ଦେ ମାତରମ ସହିତ ଗୃହ କାର୍ଯ୍ୟକୁ ଅନିଶ୍ଚିତ କାମ ଯାଏ ସ୍ଥଗିତ କରାଯାଇଥିଲା ।ଆଗାମୀ ୨ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ସାଙ୍ଗକୁ ଥଣ୍ଡା ପାଗ ଅନୁଭୂତ ହେବ । ସେହିପରି ୨୧ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।