- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ୱାକଫ୍ ସଂଶୋଧନ ବିଧେୟକ ବିରୁଦ୍ଧରେ ଜନ୍ତରମନ୍ତରରେ ଧାରଣା
ନୂଆଦିଲ୍ଲୀ, 17 ମାର୍ଚ୍ଚ- ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ଖାଲିଦ ସୈଫୁଲ୍ଲାହ ରହମାନୀ ସୋମବାର ଜନ୍ତରମନ୍ତରରେ କହିଛନ୍ତି ଯେ, କେନ୍ଦ୍ର ସରକାର ସଂସଦରେ ବେଆଇନ ଭାବେ ୱାକଫ ସଂଶୋଧନ ବିଧେୟକକୁ ସଂଖ୍ୟାବଳ ସାହାରାରେ ପାସ୍ କରିବାକୁ ଅଡି ବସିଛନ୍ତି । ଆମର ଏହି ଲଢେଇ ବହୁସଂଖ୍ୟକ ହିନ୍ଦୁଙ୍କ ସହ ନୁହେଁ, ବରଂ ସରକାରଙ୍କ ସହ, ଯିଏକି ହଠଧର୍ମୀ କରି ଏହି ବିଧେୟକକୁ ଜବରଦସ୍ତି ଥୋପିବାକୁ ଚାହୁଁଛନ୍ତି । ସଂସଦରେ ଆଗତ ୱାକଫ ସଂଶୋଧନ ବିଧେୟକ 2024 ବିରୁଦ୍ଧରେ ଆୟୋଜିତ ଧାରଣାକୁ ସଂବୋଧିତ କରି ସେ କହିଛନ୍ତି ଯେ, ଏହା ୱାକଫର ଲଢେଇ ନୁହେଁ, ବରଂ ସଂବିଧାନକୁ ରକ୍ଷା କରିବାର ଲଢେଇ ଅଟେ । ମୁସଲିମ ପର୍ସନାଲ ଲ ବୋର୍ଡର ଏହି ଧାରଣାରେ ସମସ୍ତ ବିରୋଧୀ ଦଳର ନେତା, ସାଂସଦ ଭାଗ ନେଇ ସେମାନଙ୍କ ସମର୍ଥନ ଥିବା ଭରସା ଦେଇଥିଲେ । ଧାରଣାକୁ ଏଆଇଏମଆଇଏମ ନେତା ତଥା ସାଂସଦ ଅସଦୁଦ୍ଦିନ ଓବେସି, ସଂସଦ ପପ୍ପୁ ଯାବଦ, ମୌଲାନା ମୋହିବଚଲ୍ଲାହ ନଦଭୀ, ଇମରାନ ମସୁଦ, ଜାଭେଦ ଖାନ ପ୍ରମୁଖ ସଂବୋଧିତ କରିଥିଲେ ।