- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ୱାକଫ୍ ସଂଶୋଧନ ବିଧେୟକ ବିରୁଦ୍ଧରେ ଜନ୍ତରମନ୍ତରରେ ଧାରଣା
ନୂଆଦିଲ୍ଲୀ, 17 ମାର୍ଚ୍ଚ- ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ଖାଲିଦ ସୈଫୁଲ୍ଲାହ ରହମାନୀ ସୋମବାର ଜନ୍ତରମନ୍ତରରେ କହିଛନ୍ତି ଯେ, କେନ୍ଦ୍ର ସରକାର ସଂସଦରେ ବେଆଇନ ଭାବେ ୱାକଫ ସଂଶୋଧନ ବିଧେୟକକୁ ସଂଖ୍ୟାବଳ ସାହାରାରେ ପାସ୍ କରିବାକୁ ଅଡି ବସିଛନ୍ତି । ଆମର ଏହି ଲଢେଇ ବହୁସଂଖ୍ୟକ ହିନ୍ଦୁଙ୍କ ସହ ନୁହେଁ, ବରଂ ସରକାରଙ୍କ ସହ, ଯିଏକି ହଠଧର୍ମୀ କରି ଏହି ବିଧେୟକକୁ ଜବରଦସ୍ତି ଥୋପିବାକୁ ଚାହୁଁଛନ୍ତି । ସଂସଦରେ ଆଗତ ୱାକଫ ସଂଶୋଧନ ବିଧେୟକ 2024 ବିରୁଦ୍ଧରେ ଆୟୋଜିତ ଧାରଣାକୁ ସଂବୋଧିତ କରି ସେ କହିଛନ୍ତି ଯେ, ଏହା ୱାକଫର ଲଢେଇ ନୁହେଁ, ବରଂ ସଂବିଧାନକୁ ରକ୍ଷା କରିବାର ଲଢେଇ ଅଟେ । ମୁସଲିମ ପର୍ସନାଲ ଲ ବୋର୍ଡର ଏହି ଧାରଣାରେ ସମସ୍ତ ବିରୋଧୀ ଦଳର ନେତା, ସାଂସଦ ଭାଗ ନେଇ ସେମାନଙ୍କ ସମର୍ଥନ ଥିବା ଭରସା ଦେଇଥିଲେ । ଧାରଣାକୁ ଏଆଇଏମଆଇଏମ ନେତା ତଥା ସାଂସଦ ଅସଦୁଦ୍ଦିନ ଓବେସି, ସଂସଦ ପପ୍ପୁ ଯାବଦ, ମୌଲାନା ମୋହିବଚଲ୍ଲାହ ନଦଭୀ, ଇମରାନ ମସୁଦ, ଜାଭେଦ ଖାନ ପ୍ରମୁଖ ସଂବୋଧିତ କରିଥିଲେ ।