BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

FMNEWS.IN 17-03-2025
ormer union minister debendra pradhan dies

ଭୁବନେଶ୍ୱର, 17 ମାର୍ଚ୍ଚ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ତାଙ୍କର ବିୟୋଗ ହୋଇଛି ।ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ। ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଥିଲେ ଜଣେ ଚିକିତ୍ସକ, କୃଷିବିତ୍ ଓ ସମାଜସେବୀ । ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୋଳ କଲେଜରୁ ହାସଲ କରିଥିଲେ ଉଚ୍ଚଶିକ୍ଷା । ୧୯୬୬ରେ କଟକ ଏସସିବିମେଡିକାଲ କଲେଜରୁ ଏମବିବିଏସଡିଗ୍ରୀ ହାସଲ କରିଥିଲେ ଦେବେନ୍ଦ୍ର ପ୍ରଧାନ । ତାପରେ ତାଳଚେର ଡେରାରେ ମେଡିକାଲ ଅଫିସର ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ । ୧୯୭୩ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ୧୯୮୦ ମସିହାରେ ବିଜେପିରେ ଯୋଗ ଦେଇଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ୧୯୮୦ରୁ ୮୩ ଯାଏ ସେ ବିଜେପି ତାଳଚେର ମଣ୍ଡଳର ସଭାପତି ଥିଲେ ।

୧୯୮୩ରେ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ହୋଇଥିଲେ । ୧୯୮୪ ମସିହାରେ ଦେବଗଡ଼ ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ୧୯୮୮ ମସିହାରେ ସେ ହୋଇଥିଲେ ବିଜେପିର ରାଜ୍ୟ ସଭାପତି । ୧୯୯୭ରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟହୋଇଥିଲେ । ୧୯୯୮ରେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ । ୧୯୯୯ରେ ପୁଣି ଦେବଗଡ଼ ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରମନ୍ତ୍ରୀ ବି ହୋଇଥିଲେ । ୨୦୦୧ ମସିହାରେ ସେ ହୋଇଥିଲେ ବିଜେପିର ଜାତୀୟ ଉପ-ସଭାପତି । ୨୦୦୨ ମସିହା ଯାଏ ଏହି ଦାୟିତ୍ବରେ ରହିଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ।