Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନିୟନ୍ତ୍ରଣ ରେଖାରେ ପାକିସ୍ତାନର ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ
FMNEWS.IN
30-04-2025
ଶ୍ରୀନଗର, 30 ଏପ୍ରିଲ୍ - ଜମ୍ମୁ କଶ୍ମୀରର ପହଲଗାମରେ ଏପ୍ରିଲ 22ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଲଗାତର ଅସ୍ତ୍ର ବିରତିର ଉଲ୍ଲଂଘନ କରୁଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବା ମଧ୍ୟରେ ପାକିସ୍ତାନର ସେନା ଏପ୍ରିଏ 22 ରାତିରୁ ଗୁଳିକାଣ୍ଡ କରୁଛନ୍ତି । ଭାରତୀୟ ସେନା କହିଛି ଯେ, ଏପ୍ରିଲ 29-30 ରାତିରେ ପାକିସ୍ତାନ ସେନାର ଚୌକରୁ ଜମ୍ମୁ କଶ୍ମୀରର ନୌଶେରା, ସୁନ୍ଦରବନି ଓ ଅଖନୁର ସେକ୍ଟର ନିକଟରେ ନିୟନ୍ତ୍ରଣ ରେଖା ସେପଟୁ ଗୁଳି ଚଳାୁଛି । ଭାରତୀୟ ସେନାର ଯବାନ ଏହାର ଜବାବ୍ ଦେଉଛନ୍ତି ।