BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

FMNEWS.IN 02-05-2025
Pakistan violates ceasefire again along the Line of Control

ଶ୍ରୀନଗର, 2 ମେ - ପହଲଗାମରେ ଏପ୍ରିଲ 22ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସେନା ଲଗାତର ଭାବେ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ଯୁଦ୍ଧ ବିରତିର ଉଲ୍ଲଂଘନ କରି ଭାରତୀୟ ସେନାକୁ ଉସକାଉଛି । ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ପାକିସ୍ତାନ ସେନ ଚୌକରୁ ଗୁଳିକାଣ୍ଡ କରାଯାଉଛି । ଗତକାଲିରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ସେପଟୁ ଜମ୍ମୁ କଶ୍ମୀରର କୁପୱାଡା, ବାରମୂଳା, ପୁଂଛ, ନୌଶେରା ଓ ଅଖନୁର ଅଂଚଳରେ ଗୁଳି କରିଛି । ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଜବାବ୍ ଦିଆଯାଇଛି ।