Breaking News
- ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍...
- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ, ଗଙ୍ଗା ରାମ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ
- ତଦନ୍ତ ବାଟବଣା ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
- ଆଜି ଶ୍ରାବଣ ଶେଷ ସୋମବାର, ଚାରିଆଡ ଶିବମୟ
- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
କାର ଏବଂ ବସ ମଧ୍ୟରେ ଧକ୍କା ହେବାପରେ ଯାତ୍ରୀବାହୀ ବସ ଓଲଟି ପଡି 22ଜଣ ଆହତ
FMNEWS.IN
05-01-2025

ଖୁଣ୍ଟୀ 5 ଜାନୁଆରୀ-ଖୁଣ୍ଟୀ-ସିମଡେଗା ମୁଖ୍ୟ ରାସ୍ତାରେ ଥିବା ତୋରପା ଥାନା ଅଞ୍ଚଳରେ ଚନ୍ଦ୍ରପୁର ମୋଡ ନିକଟରେ ରବିବାର ସକାଳେ ପ୍ରାୟ ନଅଟା ସମୟରେ କାର ଏବଂ ଯାତ୍ରୀବାହୀ ବସ ମଧ୍ୟର ଧକ୍କା ହେବା ପରେ ବସ ଓଲଟି 22ଜଣ ଗୁରୁତର ଭାବରେ ଆହତ ହୋଇଥିଲେ। ବସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ହାତ କଟି ବସରେ ରହିଯାଇଥିଲା।ସମସ୍ତ ଆହତମାନଙ୍କୁ ତୋରପା ରେଫରଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସଦର ହସ୍ପିଟାଲ ଖୁଣ୍ଟି ରେଫର କରାଯାଇଥିଲା।ସୁଚନା ଅନୁଯାୟୀ ଫିଜାଏଣ୍ଡ ଫିଜା ନାମକ ଯାତ୍ରୀବାହୀ ବସ ତଫକାରାରୁ ରାଞ୍ଚି ଅଭିମୁଖେ ଯାଉଥିଲା।ଚନ୍ଦ୍ରପୁର ମୋଡ ନିକଟରେ ବସ ଏକ କାର ସହିତ ଧକ୍କା ହୋଇ ଓଲଟି ପଡିଥିଲା।ଦୁର୍ଘଟଣା ସମ୍ପର୍କରେ ସୁଚନା ପାଇବା ମାତ୍ରେ ତୋରଫାର ବିଧାୟକ ସୁଦୀପ ଗୁଡିୟା ଶୀଘ୍ର ଘଟଣାସ୍ଥଳରେ ପହଁଞ୍ଚି ଫୋନ କରି ଖୁଣ୍ଟୀ ଏବଂ ତୋରପାର ସମସ୍ତ ଆମ୍ବୁଲାନ୍ସକୁ ଡାକି ଆହତମାନଙ୍କୁ ହସ୍ପିଟାଲ ପଠାଇଥିଲେ।