BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

FMNEWS.IN 27-12-2024
PM condoles the passing away of former Prime Minister Dr. Manmohan Singh

ନୂଆଦିଲ୍ଲୀ, 27 ଡିସେମ୍ବର :-ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଡ. ମନମୋହନ ସିଂହ ସାଧାରଣ ପୃଷ୍ଠଭୂମିରୁ ଉଠି ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହୋଇଥିଲେ । ଆମର ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିକହିଛନ୍ତି ଯେ, ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡ. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି । ସାଧାରଣ ପୃଷ୍ଠଭୂମିରୁ ଉଠି ସେ ଜଣେ ସମ୍ମାନିତ ଅର୍ଥନୀତିଜ୍ଞ ହୋଇଥିଲେ । ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ବହୁ ବର୍ଷ ପର୍ଯ୍ୟନ୍ତ ଆମର ଆର୍ଥିକ ନୀତିରେ ଏକ ମଜବୁତ ଛାପ ଛାଡିଥିଲେ । ସଂସଦରେ ତାଙ୍କ ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମର ପ୍ରଧାନମନ୍ତ୍ରୀ ଭାବରେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ ।

ଯେତେବେଳେ ଡ. ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ଏବଂ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ନିୟମିତ ଭାବରେ କଥାବାର୍ତ୍ତା କରୁଥିଲି । ଶାସନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆବେ ବିସ୍ତୃତ ଭାବରେ ଆଲୋଚନା କରୁଥିଲୁ । ତାଙ୍କର ବୁଦ୍ଧିମତ୍ତା ଏବଂ ବିନମ୍ରତା ସର୍ବଦା ଦୃଶ୍ୟମାନ ହେଉଥିଲା ।

ଦୁଃଖର ଏହି ସମୟରେ ମୋର ସମବେଦନା ଡ. ମନମୋହନ ସିଂହଙ୍କ ପରିବାର, ତାଙ୍କର ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ରହିଛି । ଓମ୍ ଶାନ୍ତି ।