- ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ବିଜେଡିର ୬ ଘଣ୍ଟିଆ ହରତାଳ
- ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ଦୁଇ ଏବିଭିପି ସଦସ୍ୟଙ୍କ ଗିରଫ ଘଟଣା -ବିଜେପି ଷଡଯନ୍ତ୍ରକାରୀ, ଏବିଭିପି ହତ୍ୟାକାରୀ: ବିଜେ...
- ଦିବଗଂତା ବଳଙ୍ଗା ପୀଡ଼ିତା, ଏଫଏମ ସ୍ଵୟଂଶାସିତ ମହା ବିଦ୍ୟାଳୟର ପୀଡ଼ିତା ଓ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଅତ୍ୟାଚାରିତ...
- ଆଦିବାସୀ ସମାଜର ଉନ୍ନତି ପାଇଁ ଶିବୁ ସୋରେନଙ୍କ ଅବଦାନ ସର୍ବଦା ସ୍ମରଣୀୟ - ଭକ୍ତ ଦାସ
- କଂଗ୍ରେସର ବଳଙ୍ଗା ଓ ଭୋଗରାଇ ନାରୀ ନ୍ୟାୟ ଯାତ୍ରା ୧୨ ଏବଂ ୧୪ ରେ
ସୋନମର୍ଗ ଜେଡ-ମୋଡ ସୁଡ଼ଙ୍ଗର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩ ଜାନୁଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଶ୍ରୀନଗର-ଲେହ ରାଜପଥରେ ଏକ ମହତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପ ସୋନମର୍ଗ ଜେଡ-ମୋଡ ସୁଡ଼ଙ୍ଗର ଉଦଘାଟନ କରିଛନ୍ତି । ଏହି ସୁଡ଼ଙ୍ଗର ଉଦଘାଟନ ଦ୍ୱାରା ସୋନମର୍ଗ ବର୍ଷ ସାରା ପର୍ଯ୍ୟଟକ ମାନଙ୍କ ନିମନ୍ତେ ଖୋଲା ରହିବ । ଶ୍ରୀନଗରରୁ କାରଗିଲ-ଲେହ ପର୍ଯ୍ୟନ୍ତ ଯାତ୍ରାର ସମୟ ମଧ୍ୟ କମ୍ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଟନେଲ୍ ର ନିରୀକ୍ଷଣ କରିଥିଲେ ଏବଂ ଟନେଲ୍ ନିର୍ମାଣ କରିଥିବା ଶ୍ରମିକ ମାନଙ୍କୁ ମଧ୍ୟ ଭେଟିଥିଲେ ।
ଏହି ଅବସରରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରାୟ ୧୨ କି.ମି. ଲମ୍ବ ସୋନମର୍ଗ ସୁଡ଼ଙ୍ଗର ୨.୭୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମାଣ ହୋଇଛି । ଏଥିରେ ସୋନମର୍ଗ ମୁଖ୍ୟ ସୁଡ଼ଙ୍ଗ, ପ୍ରସ୍ଥାନ ସୁଡ଼ଙ୍ଗ ଏବଂ ପହୁଂଚ ମାର୍ଗ ସାମିଲ୍ ରହିଛି । ସମୁଦ୍ର ପତନ ଠାରୁ ୮,୬୫୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ପ୍ରକଳ୍ପ ଭୂସ୍ଖଳନ ଏବଂ ହିମସ୍ଖଳନ ମାର୍ଗକୁ ବାଇପାସ୍ କରି ଲେହର ରାସ୍ତା ଶ୍ରୀନଗର ଏବଂ ସୋନମର୍ଗ ମଧ୍ୟରେ ସମସ୍ତ ଋତୁରେ ଯୋଗାଯୋଗକୁ ବଢାଇବ ଏବଂ ରଣନୀତିକ ରୂପେ ମହତ୍ୱପୂର୍ଣ୍ଣ ଲଦାଖ କ୍ଷେତ୍ରରେ ସୁରକ୍ଷିତ ଏବଂ ନିର୍ବିଘ୍ନରେ ପହଂଚିବାକୁ ସୁନିଶ୍ଚିତ କରିବ ।