BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ, କଶ୍ମୀରର ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

FMNEWS.IN 31-08-2025
PM Modi gifts Kashmir's famous Pashmina shawl to Japanese Prime Minister's wife

ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ମୋଦୀ, ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀ ଇଶିବା ସିଗେରୁଙ୍କ ପତ୍ନୀଙ୍କୁ ପ୍ରସିଦ୍ଧ ପଶ୍ମିନା ଶାଲ ଉପହାର ଦେଇଛନ୍ତି । ଲଦାଖର ଚାଙ୍ଗଥାଙ୍ଗି ଛେଳିର ସୂକ୍ଷ୍ମ ପଶମରୁ ତିଆରି ଏହି ପଶ୍ମିନା ଶାଲ ହାଲୁକା, ନରମ ଏବଂ ଉଷ୍ମ ହୋଇଥିବାରୁ ସାରା ବିଶ୍ୱରେ ବେଶ ଲୋକପ୍ରିୟ। କାଶ୍ମୀରୀ କାରିଗରମାନଙ୍କ ଦ୍ୱାରା ହାତରେ ବୁଣାଯାଇଥିବା ଏହି ଶାଲଟି ଏକ ଶତାବ୍ଦୀ ପୁରୁଣା ପରମ୍ପରା ବହନ କରେ, ଯାହାକୁ ଏକଦା ରାଜାରାଜୁଡାମାନେ ଅନୁସରଣ କରୁଥିଲେ । ଶାଲଟିରେ ଆଇଭୋରୀ ରଂଗର ଭିତ୍ତି ଅଛି ଯେଉଁଥିରେ ଧୂସର, ଗୋଲାପୀ ଏବଂ ଲାଲ୍ ରଙ୍ଗରେ ସୂକ୍ଷ୍ମ ଫୁଲ ଏବଂ ପେସଲି ପ୍ୟାଟର୍ଣ୍ଣ ରହିଛି, ଯାହା କାଶ୍ମୀରୀ ଡିଜାଇନ୍ ଏବଂ କାରୁକାର୍ଯ୍ୟର ସମୃଦ୍ଧ ପରମ୍ପରାକୁ ଦର୍ଶାଏ।

ଏହା ଏକ ହାତ-ଚିତ୍ରିତ ପେପିଅର-ମାଚେ ବାକ୍ସରେ ରଖାଯାଇଛି ଯାହା ଫୁଲ ଏବଂ ପକ୍ଷୀ ଡିଜାଇନ ସହିତ ସଜାଯାଇଥାଏ, ଯାହା କି ଏହାର ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ମୂଲ୍ୟକୁ ବହୁଗୁଣିତ କରିଥାଏ। ବାକ୍ସ ସହ ଏହି ଶାଲଟି କାଶ୍ମୀରର କଳାକୃତି, ଐତିହ୍ୟ ଏବଂ କାଳଜୟୀ ସୁନ୍ଦରତାକୁ ଦର୍ଶାଏ।