Breaking News
- ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍...
- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ, ଗଙ୍ଗା ରାମ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ
- ତଦନ୍ତ ବାଟବଣା ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
- ଆଜି ଶ୍ରାବଣ ଶେଷ ସୋମବାର, ଚାରିଆଡ ଶିବମୟ
- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
ଜମ୍ମୁ-କଶ୍ମୀର, ଓଡ଼ିଶା ଓ ତେଲେଙ୍ଗାନାକୁ ରେଳ ପ୍ରକଳ୍ପ ଭେଟି ଦେଲେ ପିଏମ ମୋଦି
FMNEWS.IN
06-01-2025

ନୂଆଦିଲ୍ଲୀ, 6 ଜାନୁୟାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିସି ଜରିଆରେ ଜମ୍ମୁ କଶ୍ମୀର, ଓଡ଼ିଶା ଓ ତେଲେଙ୍ଗାନାକୁ ବିଭିନ୍ନ ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଥିରେ ନୂଆ ଜମ୍ମୁ ରେଲୱେ ମଣ୍ଡଳ ଓ ତେଲେଙ୍ଗାନାରେ ଚରଲାପଲ୍ଲୀ ସ୍ଥିତ ନୂଆ ଟର୍ମିନାଲ ଷ୍ଟେସନର ଉଦଘାଟନ ତଥା ଇଷ୍ଟକୋଷ୍ଟ ରେଲୱେର ରାୟଗଢା ରେଲୱେ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି ।
ଏହି ପ୍ରକଳ୍ପରେ ପଠାନକୋଟ-ଜମ୍ମୁ-ଉଧମପୁର-ଶ୍ରୀନଗର-ବାରାମୂଳା, ଭୋଗପୁର ସିଲଭାଲ-ପଠାନକୋଟ, ବାଟଲା-ପଠାନକୋଟ ତଥା ପଠାନକୋଟରୁ ଜୋଗିନ୍ଦର ନଗର ଖଣ୍ଡ ବିଶିଷ୍ଟ ଜମ୍ମୁ ରେଲୱେ ମଣ୍ଡଳର ନିର୍ମାଣରେ ଜମ୍ମୁ ଏବଂ କଶ୍ମୀର ତଥା ଆଖପାଖ ଅଂଚଳକୁ ବେଶ୍ ଲାଭ ହେବ ଏବଂ ଦୀର୍ଘ ସମୟରୁ ଲୋକଙ୍କ ଆକାଂକ୍ଷା ପୂରଣ ହେବ । ଏହାଦ୍ୱାରା ଭାରତର ଅନ୍ୟ ଅଂଚଳ ସହିତ ଯୋଗାଯୋଗ ସୁଗମ ହେବ । ଏହାଦ୍ୱାରା ରୋଜଗାରର ସୁଯୋଗ ସୃଷ୍ଟି ହେବ, ଭିତ୍ତିଭୂମି ଢାଂଚାର ବିକାଶ ହେବ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ଅଂଚଳର ସମଗ୍ର ସାମାଜିକ ଆର୍ଥିକ ବିକାଶ ସମ୍ଭବ ହେବ ।