Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆଜି 71,000ରୁ ଅଧିକ ନିଯୁକ୍ତି ପ୍ରଦାନ କରିବେ ପିଏମ ମୋଦି
FMNEWS.IN
23-12-2024
ନୂଆଦିଲ୍ଲୀ, 23 ଡିସେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବନିଯୁକ୍ତି ଭର୍ତ୍ତି ପାଇଁ 71,000ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିବେ । ଏହା ବ୍ୟତୀତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ସିବିସିଆଇ ସେଂଟରରେ କ୍ୟାଥଲିକ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆର କ୍ରିସମାସ ସମାରୋହର ଶୋଭା ବଢାଇବେ ।
ଭିସି ଜରିଆରେ ଆଜି ପ୍ରଧାନମନ୍ତ୍ରୀ 71,000ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ ସେ ଲୋକଙ୍କ ସଂବୋଧିତ କରିବେ । ରୋଜଗାର ମେଳା ରୋଜଗାର ସୃଜନର ସର୍ବୋଚ୍ଚ ପ୍ରାଥମିକତା ଦେବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ରୋଜଗାର ଦେଶର 45ଟି ସ୍ଥାନରେ ଆୟୋଜିତ କରାଯିବ ।