Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆଜି 71,000ରୁ ଅଧିକ ନିଯୁକ୍ତି ପ୍ରଦାନ କରିବେ ପିଏମ ମୋଦି
FMNEWS.IN
23-12-2024
ନୂଆଦିଲ୍ଲୀ, 23 ଡିସେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବନିଯୁକ୍ତି ଭର୍ତ୍ତି ପାଇଁ 71,000ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିବେ । ଏହା ବ୍ୟତୀତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ସିବିସିଆଇ ସେଂଟରରେ କ୍ୟାଥଲିକ ବିଶପ୍ସ କନଫରେନ୍ସ ଅଫ୍ ଇଣ୍ଡିଆର କ୍ରିସମାସ ସମାରୋହର ଶୋଭା ବଢାଇବେ ।
ଭିସି ଜରିଆରେ ଆଜି ପ୍ରଧାନମନ୍ତ୍ରୀ 71,000ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ ସେ ଲୋକଙ୍କ ସଂବୋଧିତ କରିବେ । ରୋଜଗାର ମେଳା ରୋଜଗାର ସୃଜନର ସର୍ବୋଚ୍ଚ ପ୍ରାଥମିକତା ଦେବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ରୋଜଗାର ଦେଶର 45ଟି ସ୍ଥାନରେ ଆୟୋଜିତ କରାଯିବ ।