Breaking News
- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
9ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
FMNEWS.IN
05-01-2025
ଭୁବନେଶ୍ୱର, 5 ଜାନୁଆରି: - 9ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ଜାନୁଆରୀ ୯ ତାରିଖ ଅପରାହ୍ଣ ୩.୦୦ ଟା ସମୟରେ ଗୌହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସେଦିନ ରାଜଭବନରେ ରହଣି କରିବେ ।
ରାଷ୍ଟ୍ରପତି ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ଅବସରରେ ପୂର୍ବାହ୍ଣ ୧୧ .୪୦ ରେ ଜନତା ମଇଦାନରେ ପହଁଚିବେ । ସେଦିନ ସେଠାରେ ଏହି ଦିବସ ଉପଲକ୍ଷେ ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମ ସହିତ ତ୍ରିନିଦାନ ଓ ଟୋବାଗୋର ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ମାନ୍ୟବର ରାଷ୍ଟ୍ରପତି ମହୋଦୟା ସେଦିନ ଅପରାହ୍ଣ ୩.୦୦ ମି ସମୟରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ ସମ୍ମିଳନୀରେ ଯୋଗଦାନ କରିବେ ଏବଂ କାର୍ଯ୍ୟକ୍ରମ ପରେ ଅପରାହ୍ଣ ୫.୨୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରତ୍ୟାବର୍ତ୍ତନ କରିବେ ।