- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 1 ଜାନୁଆରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବର ଦେଶବାସୀଙ୍କୁ ନୂଆବର୍ଷ 2025ର ଶୁଭକାମନା ଜଣାଇଛନ୍ତି ।
ରାଷ୍ଟ୍ରପତି ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭକାମନା । 2025 ବର୍ଷ ସମସ୍ତଙ୍କ ପାଇଁ ଖୁସି, ସଦଭାବ ଓ ସମୃଦ୍ଧି ନେଇକରିଆସୁ । ଏହି ଅବସରରେ ଆସନ୍ତୁ ଆମେ ଭାରତ ଓ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଓ ଦୃଢ ଭବିଷ୍ୟତ ନିର୍ମାଣ ପାଇଁ ମିଳିତ ଭାବେ କାମ କରିବାକୁ ନିଜ ପ୍ରତିବଦ୍ଧତାକୁ ନବୀନୀକୃତ କରିବା ।
ଉପରାଷ୍ଟ୍ରପତି ଧନଖଡ ନିଜ ଶୁଭକାମନା ବାର୍ତ୍ତାରେ କହିଛନ୍ତି ଯେ, 2025ରେ ପ୍ରବେଶ କରିଥିବା ସମୟ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହା ଆମ ଗଣତନ୍ତ୍ରର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ଅଟେ । ଏହି ବର୍ଷ ଆମର ସମ୍ବିଧାନର ଶତାବ୍ଦୀର ଅନ୍ତିମ ବର୍ଷରେ ପ୍ରବେଶ କରିବାର ପ୍ରତୀକ ଅଟେ । 2047ରେ ବିକଶିତ ଭାରତ ଅଭିମୁଖେ ବଢି, ଆମର ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ପୁଣି ଥରେ ସମର୍ପିତ କରିବାର ସମୟ ଅଟେ । ଆସନ୍ତୁ ଆମେ ଦୃଢ ସଂକଳ୍ପ ସହିତ ଆଗକୁ ବଢିବା, ରାଷ୍ଟ୍ରକୁ ସର୍ବୋପରି ରଖିବାର ସଂକଳ୍ପ ସହିତ ଗଣତାନ୍ତ୍ରିକ ମୂଲ୍ୟର ପୋଷଣ କରିବା । ସମସ୍ତଙ୍କୁ ଏକ ସୁଖଦ ଓ ଉଦ୍ଦେଶ୍ୟପୂର୍ଣ୍ଣ ନବବର୍ଷ 2025ର ଶୁଭକାମନା ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, 2025ର ଶୁଭକାମନା । ଏହି ବର୍ଷ ସମସ୍ତଙ୍କ ପାଇଁ ନୂଆ ଅବସର, ସଫଳତା ଓ ଅନନ୍ତ ଖୁସି ନେଇକରିଆସୁ । ସମସ୍ତଙ୍କୁ ଅଦ୍ଭୁତ ସ୍ୱାସ୍ଥ୍ୟ ଓ ସମୃଦ୍ଧିର ଆଶୀର୍ବାଦ ମିଳୁ ।