- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆସନ୍ତା 27 ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର, 13 ସେପ୍ଟେମ୍ବର :-ଆସନ୍ତା 27 ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେବା ପକ୍ଷ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପରିବହନ ମନ୍ତ୍ରୀ ଏ ନେଇ ତଦାରଖ କରୁଛନ୍ତି ।
ନିଜେ ଯାଇ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ଏହା ବାଦ ଦ୍ୱିତୀୟ କାର୍ଯକ୍ରମ ପାଇଁ ଅନୁରୋଧ କରାଯାଇଛି । କିନ୍ତୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇ ନାହିଁ । ବର୍ଷକ ମଧ୍ୟରେ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏଥିରୁ ସ୍ପଷ୍ଟ ଯେ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ସ୍ଵତନ୍ତ୍ର ଦୃଷ୍ଟି ରହିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
ସେହିଭଳି ଖୁବଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ମୋଦିଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଯେତେବେଳେ ଆସନ୍ତି ଓଡିଶାକୁ କିଛି ନା କିଛି ବଡ଼ ଭେଟି ଦିଅନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କର ସବୁ ସମୟରେ ଫୋକସରେ ଥାଏ ଓଡିଶା । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ଏକ ବର୍ଷରେ 7 ଥର ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ସବୁବେଳେ ଯୁବ ବର୍ଗ ବୋଲି ସେ କହିଛନ୍ତି ।