- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଭାଷଣରେ ଓଡିଶାର ସଂସ୍କୃତି ଓ ଐତିହ୍ୟର ପ୍ରଧାନମନ୍ତ୍ରୀ କଲେ ଭୂୟସୀ ପ୍ରଶଂସା
(FMNews):--ଭୁବନେଶ୍ୱରର ଜନତା ମୈଦାନ ଠାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ସଂସ୍କୃତି ଓ ଐତିହ୍ୟର ଭୂୟସୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେ ମହାନ ଓଡିଶା ଭୂମି, ଯାହାରେ ଆମେ ଏଇ କାର୍ଯ୍ୟକ୍ରମ ଆୟୋଜନ କରିଛୁ, ଏହି ଭୂମି ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ ଅଟେ । ସେ କହିଛନ୍ତି ଯେ , ଓଡିଶାର ଏକ ପ୍ରତ୍ୟେକ ପାଦରେ ଆମେ ଆମର ଐତିହ୍ୟକୁ ଦେଖିପାରିବା। ଉଦୟଗିରି ଏବଂ ଖଣ୍ଡଗିରି ଗୁମ୍ଫା , କୋଣାର୍କର ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପ୍ତି, ମାଣିକପାଟଣା ଏବଂ ପାଳୁରର ପ୍ରାଚୀନ ବନ୍ଦରଗୁଡିକ ଦେଖିଲେ, ଆମେ ଗର୍ବ ଅନୁଭବ କରିବା । ଅନେକ ଶତାବ୍ଦୀ ଆଗରୁ, ଓଡିଶାର ବ୍ୟବସାୟୀ ଏବଂ ବଣିକ ମାନେ ବାଲି, ସୁମାତ୍ରା ଏବଂ ଜାଭାର ଭଳି ଅଞ୍ଚଳଗୁଡିକକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରୁଥିଲେ । ଏହାର ସ୍ମତିରେ ଓଡିଶାରେ ଏବେ ବାଲି ଯାତ୍ରା ପାଳନ କରାଯାଉଛି।
ସେ ଆହୁରି କହିଲେ ଯେ, ଧଉଳି ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥଳ ଯାହା ଶାନ୍ତିର ପ୍ରତୀକ ରୂପେ ପରିଚିତ।
ଯେତେବେଳେ ଖଣ୍ଡା ବଳରେ ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏହି ମାଟିରେ ଶାନ୍ତିର ପଥ ଚୟନ କରିଥିଲେ। ଶ୍ରୀ ମୋଦି କହିଲେ ଯେ, ଏହି ଐତିହାସିକ ଦାୟିତ୍ୱ ଭାରତକୁ ବିଶ୍ୱକୁ ଏହା କହିବାକୁ ପ୍ରେରଣା ଦେଉଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ରହିଛି।