Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପଂଜାବ-ଗୁଳି ବାଜିବା କାରଣରୁ ଆପ୍ ବିଧାୟକଙ୍କ ମୃତ୍ୟୁ, ଘରେ ଲାଇସେନ୍ସ ପିସ୍ତଲ ସଫା କରିବା ସମୟରେ ଅଘଟଣ
FMNEWS.IN
11-01-2025
ଚଣ୍ଡିଗଡ, 11 ଜାନୁଆରି:- ପଂଜାବର ଲୁଧିଆନା ଜିଲ୍ଲାରେ ଆମ୍ ଆଦମୀ ପାର୍ଟିରୁ ବିଧାୟକ ଗୁରପ୍ରୀତ ସିଂହ ବସ୍ତି ଓରଫ୍ ଗୋଗିଙ୍କୁ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି । ଗୋଗି ଲୁଧିଆନା ୱେଷ୍ଟ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।
ଶୁକ୍ରବାର ରାତି 12ଟା ବେଳେ ଏହି ଘଟଣା ଘଟିଥିଲା । ଗୋଗି ଏକ କାର୍ଯ୍ୟକ୍ରମରୁ ଫେରିବା ପରେ ନିଜ ଲାଇସେନ୍ସ ପିସ୍ତଲ ସଫା କରୁଥିଲେ । ଗୁଳି ତାଙ୍କ ମୁଣ୍ଡରେ ବାଜିଛି । ପରିଜନ ଓ ସୁରକ୍ଷାକର୍ମୀ ଗୋଗିଙ୍କୁ ଲୁଧିଆନାର ଡିଏମସି ହସ୍ପୀଟାଲ ନେଇକରିଯାଇଥିଲେ, ମାତ୍ର ପ୍ରାୟ 2ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।