Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପଂଜାବ-ଗୁଳି ବାଜିବା କାରଣରୁ ଆପ୍ ବିଧାୟକଙ୍କ ମୃତ୍ୟୁ, ଘରେ ଲାଇସେନ୍ସ ପିସ୍ତଲ ସଫା କରିବା ସମୟରେ ଅଘଟଣ
FMNEWS.IN
11-01-2025
ଚଣ୍ଡିଗଡ, 11 ଜାନୁଆରି:- ପଂଜାବର ଲୁଧିଆନା ଜିଲ୍ଲାରେ ଆମ୍ ଆଦମୀ ପାର୍ଟିରୁ ବିଧାୟକ ଗୁରପ୍ରୀତ ସିଂହ ବସ୍ତି ଓରଫ୍ ଗୋଗିଙ୍କୁ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇଛି । ଗୋଗି ଲୁଧିଆନା ୱେଷ୍ଟ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।
ଶୁକ୍ରବାର ରାତି 12ଟା ବେଳେ ଏହି ଘଟଣା ଘଟିଥିଲା । ଗୋଗି ଏକ କାର୍ଯ୍ୟକ୍ରମରୁ ଫେରିବା ପରେ ନିଜ ଲାଇସେନ୍ସ ପିସ୍ତଲ ସଫା କରୁଥିଲେ । ଗୁଳି ତାଙ୍କ ମୁଣ୍ଡରେ ବାଜିଛି । ପରିଜନ ଓ ସୁରକ୍ଷାକର୍ମୀ ଗୋଗିଙ୍କୁ ଲୁଧିଆନାର ଡିଏମସି ହସ୍ପୀଟାଲ ନେଇକରିଯାଇଥିଲେ, ମାତ୍ର ପ୍ରାୟ 2ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।