Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନେହରୁଙ୍କ ପ୍ରଶଂସା କଲେ ରାହୁଲ, କହିଲେ ତାଙ୍କର ସବୁଠୁ ବଡ ଅବଦାନ ସତ୍ୟର ସନ୍ଧାନରେ ନିହିତ ରହିଛି
FMNEWS.IN
19-04-2025
ନୂଆଦିଲ୍ଲୀ, ୧୯ ଅପ୍ରେଲ - କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଶନିବାର ନିଜ ରାଜନୈତିକ ଯାତ୍ରା ପଛରେ ଗଭୀର ପ୍ରେରଣା ଗୁଡିକ ବାବଦରେ ଖୋଲାଖୋଲି ଭାବେ କହିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଠାରୁ ପ୍ରେରଣା ନେଇଥିବା କଥା କହିଛନ୍ତି । ଏହି କଥାବାର୍ତା ପୂର୍ବତନ ସାଂସଦ ସନ୍ଦୀପ ଦିକ୍ଷୀତଙ୍କ ସହିତ ପୋଡକାଷ୍ଟ-ଶୈଳୀରେ କରାଯାଇଛି । ଏଥିରେ ରାହୁଲ ଏହି କଥା ଉପରେ ଜୋର୍ ଦେଇଛନ୍ତି ଯେ, ତାଙ୍କୁ କ୍ଷମତା ନୁହେଁ ବରଂ ସତ୍ୟର ସନ୍ଧାନ ଅଧିକ ପ୍ରେରିତ କରୁଛି । ସେ ନେହୁରୁ, ମହାତ୍ମା ଗାନ୍ଧି, ଡଃ. ଭୀମରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତାମାନଙ୍କ ଅବଦାନ ଉପରେ କହିଥିଲେ ।