Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନେହରୁଙ୍କ ପ୍ରଶଂସା କଲେ ରାହୁଲ, କହିଲେ ତାଙ୍କର ସବୁଠୁ ବଡ ଅବଦାନ ସତ୍ୟର ସନ୍ଧାନରେ ନିହିତ ରହିଛି
FMNEWS.IN
19-04-2025
ନୂଆଦିଲ୍ଲୀ, ୧୯ ଅପ୍ରେଲ - କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଶନିବାର ନିଜ ରାଜନୈତିକ ଯାତ୍ରା ପଛରେ ଗଭୀର ପ୍ରେରଣା ଗୁଡିକ ବାବଦରେ ଖୋଲାଖୋଲି ଭାବେ କହିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଠାରୁ ପ୍ରେରଣା ନେଇଥିବା କଥା କହିଛନ୍ତି । ଏହି କଥାବାର୍ତା ପୂର୍ବତନ ସାଂସଦ ସନ୍ଦୀପ ଦିକ୍ଷୀତଙ୍କ ସହିତ ପୋଡକାଷ୍ଟ-ଶୈଳୀରେ କରାଯାଇଛି । ଏଥିରେ ରାହୁଲ ଏହି କଥା ଉପରେ ଜୋର୍ ଦେଇଛନ୍ତି ଯେ, ତାଙ୍କୁ କ୍ଷମତା ନୁହେଁ ବରଂ ସତ୍ୟର ସନ୍ଧାନ ଅଧିକ ପ୍ରେରିତ କରୁଛି । ସେ ନେହୁରୁ, ମହାତ୍ମା ଗାନ୍ଧି, ଡଃ. ଭୀମରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତାମାନଙ୍କ ଅବଦାନ ଉପରେ କହିଥିଲେ ।