- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ମୋହାଲୀରେ କୋଠା ଭୁଷୁଡି 2 ମୃତଦେହ ଉଦ୍ଧାର,3 ନିଖୋଜ, ବିଲ୍ଡିଂ ମାଲିକ ଗିରଫ
ଚଣ୍ଡୀଗଢ22 ଡିସେମ୍ବର -ପଞ୍ଜାବର ମୋହାଲୀରେ ଶନିବାର ସନ୍ଧ୍ୟାରେ ଭୁଶୁଡିପଡିଥିବା ବହୁ ମହଲା ବିଲ୍ଡିଂର ମାଟିରୁ ରବିବାର ସକାଳେ ଦୁଇ ମୃତଦେହ ଉଦ୍ଧାର କରାଯାଇଛି।ଏନଡିଆରଏଫ ଏବଂ ସେନା ଟିମ ନିରନ୍ତର ଉଦ୍ଧାର କାର୍ଯ୍ୟ କରୁଛନ୍ତି।ପୋଲିସ ଭୁଶୁଡି ପଡିଥିବା କୋଠାର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି।
ପୋଲିସକୁ ଦିଆଯାଇଥିବା ବିବୃତ୍ତିରେ ଜିମ ଟ୍ରେନର କହିଛନ୍ତି ଯେ ବିଲ୍ଡିଂର ତିନି ମହଲାରେ ଜିମ ଥିଲା,ଏବଂ ଅବଶିଷ୍ଟ ଦୁଇଟିରେ ଲୋକମାନେ ଭଡାରେ ରହୁଥିଲେ।ଏନଡିଆରଏଫ ଏବଂ ସେନାର କର୍ମଚାରୀମାନେ ରାତିସାରା ଆଗରେ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।ବିଳମ୍ବିତ ରାତିରେ ଉଦ୍ଧାର କାରୀ ଦଳ ଗୋଟିଏ ଝିଅକୁ ମାଟିତଳୁ ବାହାର କରିଥିଲେ।ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା,ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିଚୟ ଦୃଷ୍ଟି ବର୍ମା(20) ବୋଲି ଜଣାପଡିଛି।ସେ ହିମାଚଳ ପ୍ରଦେଶର ଠିୟୋଗ ନିବାସୀ ସ୍ୱର୍ଗତ ଭଗତ ବର୍ମାଙ୍କ ଝିଅ ଥିଲେ।ତାଙ୍କୁ ସୋହାନା ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା।