Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କଲିୟାବରରେ ସଡକ ଦୁର୍ଘଟଣା, 3 ଶ୍ରମିକ ମୃତ, 15 ଗୁରୁତର
FMNEWS.IN
11-01-2025
ନଗାଓଁ, 11 ଜାନୁଆରି:- ନଗାଓଁ ଜିଲ୍ଲାର କଲିୟାବରର ଆମନୀ ଅଂଚଳରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣାରେ 3ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଶ୍ରମିକଙ୍କୁ ନେଇକରି ଯାଉଥିବା ଗାଡି ଟ୍ରକ ସହ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ପିକଅପ ଭ୍ୟାନରେ ଥିବା 15 ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ କଲିୟାବର ଉପମଣ୍ଡଳ ସିଭିଲ ହସ୍ପିଟାଲ, ସାମଗୁରୀ ଓ ତେଜପୁର ରେଫର କରାଯାଇଛି ।
ସୂଚନା ଅନୁସାରେ ପିକଅପ ଭ୍ୟାନରେ ଥିବା 18ଜଣ ଶ୍ରମିକ ନିର୍ମାଣ କାର୍ଯ୍ୟ ପରେ ନଗାଓଁ ଫେରୁଥିଲେ । ସେହି ସମୟରେ ପଛରୁ ଦ୍ରୁତ ଗତିଆସୁଥିବା ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଭ୍ୟାନ ରାସ୍ତା କଡକୁ ଓଲଟି ପଡିଥିଲା ।