Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କଲିୟାବରରେ ସଡକ ଦୁର୍ଘଟଣା, 3 ଶ୍ରମିକ ମୃତ, 15 ଗୁରୁତର
FMNEWS.IN
11-01-2025
ନଗାଓଁ, 11 ଜାନୁଆରି:- ନଗାଓଁ ଜିଲ୍ଲାର କଲିୟାବରର ଆମନୀ ଅଂଚଳରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣାରେ 3ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଶ୍ରମିକଙ୍କୁ ନେଇକରି ଯାଉଥିବା ଗାଡି ଟ୍ରକ ସହ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ପିକଅପ ଭ୍ୟାନରେ ଥିବା 15 ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ କଲିୟାବର ଉପମଣ୍ଡଳ ସିଭିଲ ହସ୍ପିଟାଲ, ସାମଗୁରୀ ଓ ତେଜପୁର ରେଫର କରାଯାଇଛି ।
ସୂଚନା ଅନୁସାରେ ପିକଅପ ଭ୍ୟାନରେ ଥିବା 18ଜଣ ଶ୍ରମିକ ନିର୍ମାଣ କାର୍ଯ୍ୟ ପରେ ନଗାଓଁ ଫେରୁଥିଲେ । ସେହି ସମୟରେ ପଛରୁ ଦ୍ରୁତ ଗତିଆସୁଥିବା ଟ୍ରକ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଭ୍ୟାନ ରାସ୍ତା କଡକୁ ଓଲଟି ପଡିଥିଲା ।