Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଛତିଶଗଡ଼ର ସୁକୁମା- ବିଜାପୁର ଜିଲ୍ଲାର ସୀମାରେ ସୁରକ୍ଷା ବଳ - ନକ୍ସଲ ସଂଘର୍ଷ : ୩ ନକ୍ସଲ ନିହତ
FMNEWS.IN
09-01-2025
ସୁକମା, ୯ ଜାନୁଆରୀ- ଛତିଶଗଡ଼ରେ ପୁଣି ଥରେ ମିଳିତ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଛତିଶଗଡ଼ର ସୁକମା ଏବଂ ବିଜାପୁର ଜିଲ୍ଲାର ସୀମାରେ ଗୁରୁବାର ସକାଳୁ ଏହି ସଂଘର୍ଷ ଜାରି ରହିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ସଂଘର୍ଷରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।
ସୁକୁମା ଜିଲ୍ଲାର ପୋଲିସ ଅଧିକ୍ଷକ କିରଣ ଚହ୍ୱାଣ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ସକାଳ ଠାରୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳରେ ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ସଂଘର୍ଷରେ ୩ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି ।