Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛତିଶଗଡ଼ର ସୁକୁମା- ବିଜାପୁର ଜିଲ୍ଲାର ସୀମାରେ ସୁରକ୍ଷା ବଳ - ନକ୍ସଲ ସଂଘର୍ଷ : ୩ ନକ୍ସଲ ନିହତ
FMNEWS.IN
09-01-2025
ସୁକମା, ୯ ଜାନୁଆରୀ- ଛତିଶଗଡ଼ରେ ପୁଣି ଥରେ ମିଳିତ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଛତିଶଗଡ଼ର ସୁକମା ଏବଂ ବିଜାପୁର ଜିଲ୍ଲାର ସୀମାରେ ଗୁରୁବାର ସକାଳୁ ଏହି ସଂଘର୍ଷ ଜାରି ରହିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ସଂଘର୍ଷରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।
ସୁକୁମା ଜିଲ୍ଲାର ପୋଲିସ ଅଧିକ୍ଷକ କିରଣ ଚହ୍ୱାଣ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ସକାଳ ଠାରୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳରେ ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ସଂଘର୍ଷରେ ୩ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି ।