- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ହିମାଚଳରେ ପ୍ରବଳ ଥଣ୍ଡା ଚେତାବନୀ ,ସମତଳ ଜିଲ୍ଲାରେ ୟେଲୋ ଆର୍ଲଟ
ଶିମଳା :ହିମାଚଳପ୍ରଦେଶରେ ଥଣ୍ଡାର ପ୍ରକୋପ ଜାରି ରହିଛି ଏବଂ ଅନେକ ଅଞ୍ଚଳରେ ପାରା ଶୁନ୍ୟରୁ ତଳେ ରହିଛି।ରାଜ୍ୟର ଅଧା ଦର୍ଜନ ସହରରେ ସର୍ବନିମ୍ନ ପାରା ରବିବାର ଦିନ ମାଇନସରେ ରେକର୍ଡ କରାଯାଇଥିଲା।ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ବରଫପାତ ହେବାର ସମ୍ଭାବନା ନାହିଁ।କିନ୍ତୁ ଶୀତଲହରରୁ ରକ୍ଷା ମିଳିବ ନାହିଁ।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳା ଆସନ୍ତା 24ଘଣ୍ଟା ମଧ୍ୟରେ ଶୀତଲହରର ଚେତାବନୀ ଦେଇଛି।ଏ ସମ୍ପର୍କରେ ସମତଳ ତଥା ମଧ୍ୟବର୍ତ୍ତୀ ଅଞ୍ଚଳରେ ୟେଲୋ ଆର୍ଲଟ ଜାରି କରାଯାଇଛି।ହମୀରପୁର,ଉନା ,ବିଳାସପୁର,ଏବଂ ମଣ୍ଡୀଭଳି ସମତଳ ଜିଲ୍ଲାରେ ଗତ କିଛି ଦିନରେ ପାରା ମାଇନସରେ ରେକର୍ଡ କରାଯାଇଛି।ଏହି ଜିଲ୍ଲା ଗୁଡିକରେ ଶୀତଲହର ଅଧିକ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ବିଶେଷ କରି ସକାଳ -ସନ୍ଧ୍ୟା ଏବଂ ରାତି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳାର ନିର୍ଦ୍ଦେଶକ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ସମଗ୍ର ରାଜ୍ୟରେ 21 ଡିସେମ୍ବର ପର୍ଯ୍ୟନ୍ତ ପାଗ ସ୍ପଷ୍ଟ ରହିବ।ଆସନ୍ତା 24 ଘଣ୍ଟାରେ ସମତଳ ଅଞ୍ଚଳ ସହ ମଧ୍ୟମ ଉଚ୍ଚତା ଅଞ୍ଚଳରେ ଶୀତଲହରର ୟେଲୋ ଆର୍ଲଟ ରହିବ।ସେ କହିଛନ୍ତି ଯେ ରାଜ୍ୟର ହାରାହାରି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 1.1 ଡିଗ୍ରୀ ତଳେ ରହିଛି।