BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ହିମାଚଳରେ ପ୍ରବଳ ଥଣ୍ଡା ଚେତାବନୀ ,ସମତଳ ଜିଲ୍ଲାରେ ୟେଲୋ ଆର୍ଲଟ

FMNEWS.IN 16-12-2024
Severe cold warning in Himachal, yellow alert in plain districts

ଶିମଳା :ହିମାଚଳପ୍ରଦେଶରେ ଥଣ୍ଡାର ପ୍ରକୋପ ଜାରି ରହିଛି ଏବଂ ଅନେକ ଅଞ୍ଚଳରେ ପାରା ଶୁନ୍ୟରୁ ତଳେ ରହିଛି।ରାଜ୍ୟର ଅଧା ଦର୍ଜନ ସହରରେ ସର୍ବନିମ୍ନ ପାରା ରବିବାର ଦିନ ମାଇନସରେ ରେକର୍ଡ କରାଯାଇଥିଲା।ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ବରଫପାତ ହେବାର ସମ୍ଭାବନା ନାହିଁ।କିନ୍ତୁ ଶୀତଲହରରୁ ରକ୍ଷା ମିଳିବ ନାହିଁ।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳା ଆସନ୍ତା 24ଘଣ୍ଟା ମଧ୍ୟରେ ଶୀତଲହରର ଚେତାବନୀ ଦେଇଛି।ଏ ସମ୍ପର୍କରେ ସମତଳ ତଥା ମଧ୍ୟବର୍ତ୍ତୀ ଅଞ୍ଚଳରେ ୟେଲୋ ଆର୍ଲଟ ଜାରି କରାଯାଇଛି।ହମୀରପୁର,ଉନା ,ବିଳାସପୁର,ଏବଂ ମଣ୍ଡୀଭଳି ସମତଳ ଜିଲ୍ଲାରେ ଗତ କିଛି ଦିନରେ ପାରା ମାଇନସରେ ରେକର୍ଡ କରାଯାଇଛି।ଏହି ଜିଲ୍ଲା ଗୁଡିକରେ ଶୀତଲହର ଅଧିକ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ବିଶେଷ କରି ସକାଳ -ସନ୍ଧ୍ୟା ଏବଂ ରାତି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳାର ନିର୍ଦ୍ଦେଶକ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ସମଗ୍ର ରାଜ୍ୟରେ 21 ଡିସେମ୍ବର ପର୍ଯ୍ୟନ୍ତ ପାଗ ସ୍ପଷ୍ଟ ରହିବ।ଆସନ୍ତା 24 ଘଣ୍ଟାରେ ସମତଳ ଅଞ୍ଚଳ ସହ ମଧ୍ୟମ ଉଚ୍ଚତା ଅଞ୍ଚଳରେ ଶୀତଲହରର ୟେଲୋ ଆର୍ଲଟ ରହିବ।ସେ କହିଛନ୍ତି ଯେ ରାଜ୍ୟର ହାରାହାରି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 1.1 ଡିଗ୍ରୀ ତଳେ ରହିଛି।