- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
ରାଜସ୍ଥାନରେ ଉତ୍ତରାପବନ ଯୋଗୁଁ ପ୍ରବଳ ଥଣ୍ଡା,8 ଜିଲ୍ଲାରେ ଶୀତଲହର ଆଲର୍ଟ
ଜୟପୁର 8 ଜାନୁଆରୀ -ରାଜସ୍ଥାନରେ ଉତ୍ତରାପବନ ଯୋଗୁଁ ସକାଳ -ସନ୍ଧ୍ୟାରେ ଥଣ୍ଡା ବଛିଚାଲିଛି।ସୀକର ଜିଲ୍ଲାର ଫତେହପୁରରେ ତାପମାତ୍ରାରେ ହ୍ରାସ ରେକର୍ଡ ହୋଇଛି ଯାହା ମଙ୍ଗଳବାର 9 ଡିଗ୍ରୀ ସେଲସିୟସରୁ ହ୍ରାସ ହୋଇ ବୁଧବାର ସକାଳ ଶୁନ୍ୟ ଡିଗ୍ରୀ ସେଲସିୟସକୁ ଖସିଆସିଛି।।ଏହି ରାଜ୍ୟରେ ସବୁଠାରୁ କମ ତାପମାତ୍ରା।ନାଗୌରରେ ସର୍ବନିମ୍ନ ତାପମାତ୍ରା 2.5 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ମାଉଣ୍ଟ ଆବୁ ,ସିରୋହୀ ଏବଂ ବନସ୍ଥଳୀରେ ମଧ୍ୟ ତାପମାତ୍ରାରେ ହ୍ରାସ ଘଟିଛି।ପାଣିପାଗ ବିଭାଗ କେନ୍ଦ୍ର ଜୟପୁରସୀକର,ଚୁରୁ,ଝୁଞ୍ଜୁନୁ ,ନାଗୌର ଏବଂ ଦୋସା ସମେତ ଆଠ ଜିଲ୍ଲାରେ ଶୀତଲହର ପାଇଁ ୟେଲୋ ଆର୍ଲଟ ଜାରି କରାଯାଇଛି।ଏଥିସହିତ,10-11 ଜାନୁଆରୀରେ ବୀକାନେର,ଜୟପୁର ଏବଂ ଭରତପୁର ଜିଭିଜନର ଜିଲ୍ଲାରେ ସକ୍ରିୟ ପାଶ୍ଚାତ୍ୟ ପବନ ହେତୁ ଆକାଶ ମେଘାଚ୍ଛନ ଏବଂ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।ମକର ସଂକ୍ରାନ୍ତି ପୁର୍ବରୁ ରାଜ୍ୟର କିଛି ଅଞ୍ଚଳରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।ପାଳୀ ଏବଂ ନାଗୌରରେ ପ୍ରବଳ ଶୀତର ପ୍ରଭାବ ଜାରି ରହିଛି।ପାଳୀରେ ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା 24ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫତେହପୁରରେ କୁହୁଡି କମ ଏବଂ ଶୀତଲହର ପ୍ରଭାବଶାଳୀ ହେତୁ ତାପମାତ୍ରାରେ ହଠାତ ହ୍ରାସ ରେକର୍ଡ କରାଯାଇଛି।ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଥଣ୍ଡାର ପ୍ରଭାବ ରହିବାର ସମ୍ଭାବନା ରହିଛି।ଉତ୍ତର -ପୁର୍ବ ରାଜସ୍ଥାନର ଜିଲ୍ଲାଗୁଡିକ 9 ଜାନୁଆରୀରୁଶୀତଳ ଥଣ୍ଡାରୁ ଆଂଶିକ ଆରାମ ପାଇବେ ବୋଲି ଆଶା କରାଯାଉଛି।