- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଶିବସେନା ୟୁବିଟି ଓ ମନସେ ମଧ୍ୟରେ ରାଜନୈତିକ ମେଂଟର ସଙ୍କେତ
ମୁମ୍ବାଇ, 19 ଏପ୍ରିଲ୍ - ମହାରାଷ୍ଟ୍ରରେ ଶନିବାର ଶିବସେନା ୟୁବିଟି ଓ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟରେ ରାଜନୈତିକ ମେଂଟ ହେବାର ସଙ୍କେତ ମିଳିଛି । ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜନୈତିକ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କ ମଧ୍ରରେ କୌଣସି ବଡ ସମସ୍ୟା ନାହିଁ, ଏଥିପାଇଁ ସେ ଉଦ୍ଧବ ଠାକରେଙ୍କ ସହିତ ମେଂଟ ପାଇଁ ପ୍ରସ୍ତୁତ ଅଛନ୍ତି । ଶିବସେନା ୟୁବିଟିର ଅଧ୍ୟକ୍ଷ ଉଦ୍ଧବ ଠାକରେ ବି ମେଂଟ ପାଇଁ ପ୍ରସ୍ତୁତ ହେବା ଏହି ସର୍ତ୍ତ ସହିତ ଯେ ରାଜ ଠାକରେଙ୍କୁ ବିଜେପି ଓ ସିନ୍ଦେ ଗ୍ରୁପ ଠାରୁ ଦୂରେଇ ରହିବାକୁ ପଡିବ । ମନସେ ଅଧ୍ୟକ୍ଷ ରାଜ ଠାକରେ ତାଙ୍କ ବନ୍ଧୁ ଓ ଫିଲ୍ମ ଅଭିନେତା ମହେଶ ମଂଜରେକରଙ୍କ ପଡକାଷ୍ଟରେ ଏକ ସାକ୍ଷାତକାର ଦେଇଥିଲେ । ଏଥିରେ ମହେଶ ମଂଜରେକର ସିଧା ରାଜ ଠାକେରଙ୍କ ସହ ଉଦ୍ଧବ ଠାକରେଙ୍କ ମେଂଟ ସଂପର୍କରେ ପଚାରିଥିଲେ । ଏହି ପ୍ରଶ୍ନର ଜବାବରେ ରାଜ ଠାକରେ କହିଛନ୍ତି ଯେ, ଆମ ମଧ୍ୟରେ ବିବାଦ, ଝଗଡା, ଛୋଟ ଛୋଟ କଥା ରହିଛି । ମହାରାଷ୍ଟ୍ର ତା ଠାରୁ ଅନେକ ବଡ ଅଟେ । ମହାରାଷ୍ଟ୍ର ଓ ମରାଠି ଲୋକଙ୍କ ଅସ୍ତିତ୍ୱ ପାଇଁ ସେ ଉଦ୍ଧବ ଠାକରେଙ୍କ ସହିତ କାମ କରିପାରିବୁ ।