Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜମ୍ମୁ-କଶ୍ମୀରରେ ଜାନୁୟାରୀ 5ରୁ ବରଫପାତ ଓ ବର୍ଷା ସମ୍ଭାବନା
FMNEWS.IN
03-01-2025
ଶ୍ରୀନଗର, 3 ଜାନୁଆରି : ଶୁକ୍ରବାର ଶ୍ରୀନଗର ସହର ଓ ଏହାର ଆଖପାଖ ଅଂଚଳରେ ଘନ କୁହୁଡି ଛାଇ ରହିଛି । କୁହୁଡି ଯୋଗୁ ଲୋକେ ଫ୍ଲାସ ଲାଇଟ ଳଗାଇ ଗାଡି ଚଳାଉଛନ୍ତି । ଜାନୁୟାରୀ 5ରୁ ଜମ୍ମୁକଶ୍ମୀରରେ ବରଫପାତ ଓ ବର୍ଷା ହେବାର ସମ୍ଭାବନା ରହିଛି ।
କଶ୍ମୀର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦକ୍ଷିଣ କଶ୍ମୀରର ସୋପିୟାଂ ଜିଲ୍ଲାରେ ଶୂନ୍ୟରୁ ତଳକୁ 8.5 ଡିଗ୍ରୀ ସେଲସିୟସ ସହିତ ସବୁଠୁ ଥଣ୍ଡା ସ୍ଥାନ ରହିଥିବା ବେଳେ ଅନନ୍ତନାଗରେ ଶୂନ୍ୟରୁ ତଳକୁ 7.7 ଡିଗ୍ରୀ ସେଲସିୟସ, ଲାର୍ନୁରେ ଶୂନ୍ୟରୁ ତଳକୁ 8.2 ଡିଗ୍ରୀ ସେଲସିୟନ, କୁଲଗାମରେ ଶୂନ୍ୟରୁ ତଳକୁ 6.8 ଡିଗ୍ରୀ ସେଲିସିୟସ ଓ ଖୁଦୱାନୀରେ ଶୂନ୍ୟରୁ ତଳକୁ 7.1 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।