Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜମ୍ମୁ-କଶ୍ମୀରରେ ଜାନୁୟାରୀ 5ରୁ ବରଫପାତ ଓ ବର୍ଷା ସମ୍ଭାବନା
FMNEWS.IN
03-01-2025
ଶ୍ରୀନଗର, 3 ଜାନୁଆରି : ଶୁକ୍ରବାର ଶ୍ରୀନଗର ସହର ଓ ଏହାର ଆଖପାଖ ଅଂଚଳରେ ଘନ କୁହୁଡି ଛାଇ ରହିଛି । କୁହୁଡି ଯୋଗୁ ଲୋକେ ଫ୍ଲାସ ଲାଇଟ ଳଗାଇ ଗାଡି ଚଳାଉଛନ୍ତି । ଜାନୁୟାରୀ 5ରୁ ଜମ୍ମୁକଶ୍ମୀରରେ ବରଫପାତ ଓ ବର୍ଷା ହେବାର ସମ୍ଭାବନା ରହିଛି ।
କଶ୍ମୀର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦକ୍ଷିଣ କଶ୍ମୀରର ସୋପିୟାଂ ଜିଲ୍ଲାରେ ଶୂନ୍ୟରୁ ତଳକୁ 8.5 ଡିଗ୍ରୀ ସେଲସିୟସ ସହିତ ସବୁଠୁ ଥଣ୍ଡା ସ୍ଥାନ ରହିଥିବା ବେଳେ ଅନନ୍ତନାଗରେ ଶୂନ୍ୟରୁ ତଳକୁ 7.7 ଡିଗ୍ରୀ ସେଲସିୟସ, ଲାର୍ନୁରେ ଶୂନ୍ୟରୁ ତଳକୁ 8.2 ଡିଗ୍ରୀ ସେଲସିୟନ, କୁଲଗାମରେ ଶୂନ୍ୟରୁ ତଳକୁ 6.8 ଡିଗ୍ରୀ ସେଲିସିୟସ ଓ ଖୁଦୱାନୀରେ ଶୂନ୍ୟରୁ ତଳକୁ 7.1 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।