Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଆତଙ୍କବାଦୀଙ୍କ ଗୁଳିରେ ଆହତ ସାମାଜିକ କାର୍ଯ୍ୟକର୍ତାଙ୍କ ହସ୍ପିଟାଲରେ ମୃତ୍ୟୁ
FMNEWS.IN
27-04-2025
କୁପୱାଡ଼ା, ୨୭ ଅପ୍ରେଲ - କୁପବାଡ଼ା ଜିଲ୍ଲାର କଂଡି ଖାସ ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୪୩ ବର୍ଷିୟ ସାମାଜିକ କାର୍ଯ୍ୟକର୍ତାଙ୍କ ରବିବାର ହସ୍ପିଟାଲରେ ମୃତ୍ୟୁ ଘଟିଛି । ଶନିବାର ରାତିରେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିଲେ ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କଂଡି ଖାସ ନିବାସୀ ଗୁଲାମ ରସୁଲ ମାଗରେ ଜଣେ ସାମାଜିକ କାର୍ଯ୍ୟକର୍ତା ଥିଲେ । ଆତଙ୍କବାଦୀମାନେ ତାଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିଲେ । ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ପରେ ତାଙ୍କୁ ଶ୍ରୀନଗର ସ୍ଥିତ ଏସଏମଏଚଏସକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ମେଡିକୋ-ଲିଗଲ ଔପଚାରିକତା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।