Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆତଙ୍କବାଦୀଙ୍କ ଗୁଳିରେ ଆହତ ସାମାଜିକ କାର୍ଯ୍ୟକର୍ତାଙ୍କ ହସ୍ପିଟାଲରେ ମୃତ୍ୟୁ
FMNEWS.IN
27-04-2025
କୁପୱାଡ଼ା, ୨୭ ଅପ୍ରେଲ - କୁପବାଡ଼ା ଜିଲ୍ଲାର କଂଡି ଖାସ ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୪୩ ବର୍ଷିୟ ସାମାଜିକ କାର୍ଯ୍ୟକର୍ତାଙ୍କ ରବିବାର ହସ୍ପିଟାଲରେ ମୃତ୍ୟୁ ଘଟିଛି । ଶନିବାର ରାତିରେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିଲେ ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କଂଡି ଖାସ ନିବାସୀ ଗୁଲାମ ରସୁଲ ମାଗରେ ଜଣେ ସାମାଜିକ କାର୍ଯ୍ୟକର୍ତା ଥିଲେ । ଆତଙ୍କବାଦୀମାନେ ତାଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିଲେ । ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ପରେ ତାଙ୍କୁ ଶ୍ରୀନଗର ସ୍ଥିତ ଏସଏମଏଚଏସକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ମେଡିକୋ-ଲିଗଲ ଔପଚାରିକତା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।